ଆଇଟି ରିଟର୍ଣ୍ଣ ପାଇଁ ଆଧାର କାର୍ଡ ଜରୁରୀ ନୁହେଁ : ସୁପ୍ରିମ୍ କୋର୍ଟ

35

କନକ ବ୍ୟୁରୋ : ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଏବଂ ପାନ୍ କାର୍ଡ଼ ପାଇଁ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରାଯିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମ୍ କୋର୍ଟ । କେନ୍ଦ୍ର ସରକାରଙ୍କ ଏହି ଆଦେଶ ଉପରେ ଆଜି ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି । ମେ’ ୪ରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ଚଳିତବର୍ଷର ବଜେଟରେ ଆୟକର ଆଇନର ଧାରା ଅନୁସାରେ ଆଧାରକୁ ପାନ କାର୍ଡର ସଂଯୋଗ ବାଧ୍ୟତାମୂଳକ ଦର୍ଶାଯାଇଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ୨୦୧୫ରେ ସୁପ୍ରିମକୋର୍ଟ କହିଥିଲେ, ଆଧାର ବାଧ୍ୟତାମୂଳକ ନୁହେଁ । ସରକାର ଏହାକୁ ଅଣଦେଖା କରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା । ସେପଟେ ନକଲି ପାନ୍ କାର୍ଡର ବ୍ୟବହାରକୁ ରୋକିବା ଲାଗି ପାନ୍ କାର୍ଡ ପାଇଁ ଆଧାର ସଂଯୋଗ ଜରୁରୀ ବୋଲି ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ ।