ଆଧାର କାର୍ଡରେ ଅଫଲାଇନ ପରିବର୍ତ୍ତନ କରିବା ହେଲା ମହଙ୍ଗା : ଜାନୁୟାରୀ ୧ରୁ ଲାଗୁ ହୋଇଛି ନିୟମ, ଜାଣନ୍ତୁ ଶୁଳ୍କ

332

ଭାରତୀୟ ବିଶିଷ୍ଟ ପ୍ରାଧିକରଣ ଅର୍ଥାତ୍ ୟୁଆଇଡିଏଆଇ ସମୟ ସମୟରେ କିଛି କିଛି ପରିବର୍ତ୍ତନ କରୁଥାଏ । ଏମିତିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ଏବଂ ଏହା ଅଧିନରେ ଆପଣଙ୍କୁ ଅନଲାଇନ ଆଧାର କାର୍ଡରେ ସଂଶୋଧନ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ । ଏହି ବଢ଼ିଥିବା ଫିସ୍ ୧ ଜାନୁୟାରୀ ୨୦୧୯ରୁ ଲାଗୁ ହୋଇଯାଇଛି । ଏହି ନିୟମ ଅଧିନରେ ଆଧାରରେ କୌଣସି ବି ପ୍ରକାରର ପରିବର୍ତ୍ତନ କରିବା ମହଙ୍ଗା ହୋଇଯାଇଛି ।

କ’ଣ ନୂଆ ନିୟମ :

• ୟୁଆଇଡିଏଆଇ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ୍ ମୁତାବକ, ୧ ଜାନୁୟାରୀ ୨୦୧୯ରୁ ଆଧାରରେ ହେଉଥିବା ପରିବର୍ତ୍ତନ ଫିସ୍ ବଦଳିଯାଇଛି ।

• ଏବେ ବାୟୋମେଟ୍ରକ୍ ଅପଡେଟ୍ ପାଇଁ ଉପଭୋକ୍ତାଙ୍କୁ ୧୦୦ ଟଙ୍କା ଫିସ୍ ଦେବାକୁ ପଡିବ ।

• ଡେମୋଗ୍ରାଫିକ୍ ପରିବର୍ତ୍ତନ ପାଇଁ ୫୦ ଟଙ୍କା ପିସ୍ ଦେବାକୁ ପଡିବ ।

• ନମ୍ବର ଆଦି ବଦଳାଇଲେ ବି ୫୦ ଟଙ୍କା ଫିସ୍ ଦେବାକୁ ପଡିବ । ପ୍ର୍ରଥମେ ଏହା ଉପରେ ୨୫ଟଙ୍କା ଫିସ୍ ଦିଆଯାଉଥିଲା । ଯାହା ଜିଏସଟି ମିଶାଇ ୩୦ଟଙ୍କା ପଡୁଥିଲା ।