ଅଗାମୀ ଦିନରେ ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯିବ । କାରଣ କେନ୍ଦ୍ର ସରକାର ଧୀରେ ଧୀରେ କରି ସମସ୍ତ ଯୋଜନା ଏବଂ ସେବାକୁ ଆଧାର କାର୍ଡ ସହ ସଂଯୋଗ କରି ଚାଲିଛି । କିନ୍ତୁ କଣ ଆପଣ ଜାଣନ୍ତି ଆଧାର କାର୍ଡର ବି ଥାଏ ବୈଧତା । ଆଜ୍ଞା ହଁ, ଆପଣଙ୍କ ଆଧାର କାର୍ଡ ବି ହୋଇପାରେ ନିଷ୍କ୍ରିୟ ।

ଯଦି ଆପଣ ଲଗାତାର ୩ ବର୍ଷ ଯାଏଁ ଆଧାର କାର୍ଡକୁ କୌଣସି ସରକାରୀ ଯୋଜନାରେ ବ୍ୟବହାର କରି ନାହାଁନ୍ତି ତେବେ ଏହା ଡିଆକ୍ଟିଭେଟ୍ ହୋଇଯିବ । ତେବେ ଏଥିରେ ଚିନ୍ତା କରିବାର ନାହିଁ । ଯଦି ଆପଣଙ୍କ ମନେ ନାହିଁ ଶେଷ ଥର କେବେ ଆଧାରକୁ ବ୍ୟବହାର କରିଥିଲେ ତେବେ ଏଥିପାଇଁ ଅଛି ଏକ ସରଳ ଉପାୟ । ୟୁଆଇଡିଏଆଇର ୱେବସାଇଟକୁ ଆଧାର କାର୍ଡର ବୈଧତା ଜାଣି ପାରିବେ ।

• ପ୍ରଥମେ ୟୁଆଇଡିଏଆଇର ୱେବସାଇଟରେ ଲଗଇନ୍ କରନ୍ତୁ ।

• ଏହାପରେ ‘ଭେରିଫାଏ ଆଧାର ନମ୍ବର’ ବିକଳ୍ପରେ କ୍ଲିକ୍ କରନ୍ତୁ ।

• ଏହାପରେ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋର୍ଡ ଦେବାକୁ ଦିଅନ୍ତୁ ।

• ଏହି ତଥ୍ୟ ଦେବା ପରେ ଜାଣି ପାରିବେ ଆପଣଙ୍କ ଆଧାର ସକ୍ରିୟ ଅଛି କି ନାହିଁ ।

• ଯଦି ଆପଣଙ୍କ କାର୍ଡ ନିଷ୍କ୍ରିୟ ହୋଇଯାଇଛି ତେବେ ଭୟ କରିବାର କିଛି ନାହିଁ । ଅବଶ୍ୟକୀୟ ସମସ୍ତ ଡକ୍ୟୁମେଂଟ୍ ସହ ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରକୁ ଯାଆନ୍ତୁ ।

• ସେଠାରେ ଆଧାର ଅପଡେଟ୍ ଫର୍ମ ଭରିବା ପରେ ବାୟୋମେଟ୍ରିକ୍ ମେସିନ୍ ଜରିଆରେ ଆପଣଙ୍କ ଟିପ ଚିହ୍ନ ଭେରିଫାଏ କରାଯିବ ।

• ଭେରିଫିକେସନ୍ ହେବା ପରେ ଆପଣଙ୍କ ଆଧାର କାର୍ଡ ପୁଣି ସକ୍ରିୟ ହୋଇଯିବ ।

ସୌଜନ୍ୟ : ଇକନୋମିକ୍ ଟାଇମ୍ସ