୧୨ ଘଂଟା ପରେ ବି ପାରାଦ୍ୱୀପ-ଭୁତମୁଣ୍ଡାଇ ପୋଲରୁ ଖସିପଡିଥିବା ୧୪ ଚକିଆ ଟ୍ରକ, ଡ୍ରାଇଭର ଓ ହେଲ୍ପରର ମିଳୁନି ପତ୍ତା : ଆଜି ପୁଣି ଆରମ୍ଭ ହେବ ଉଦ୍ଧାର କାମ

43

କନକ ବ୍ୟୁରୋ: ଜଗତସିଂହପୁରର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିପଡଥିବା ୧୪ ଚକିଆ ଟ୍ରକ ଓ ନିଖୋଜ ଡ୍ରାଇଭର, ହେଲପରଙ୍କ କୌଣସି ପତ୍ତା ମିଳିନାହିଁ । ଅନ୍ଧାର ହୋଇଥିବାରୁ ଉଦ୍ଧାରକାମ ବାଧାପ୍ରାପ୍ତ ହୋଇଥିଲା । ଆଜି ଦିନ ୧୧ଟାବେଳେ ପୁଣି ଉଦ୍ଧାର କାମ ଆରମ୍ଭ ହେବ ।

 

ପାରାଦ୍ୱୀପରୁ ଚଣ୍ଡିଖୋଲ ଯାଉଥିବା ଟ୍ରକଟି ଗତକାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା । ଦୁର୍ଘଟଣା ବେଳେ ଗାଡିରେ ଥିବା ଡ୍ରାଇଭର୍ ଓ ହେଲପର୍ଙ୍କ ଏଯାଏଁ ପତା ମିଳିନି । ସେମାନେ ଏବେ ବି ପାଣି ଭିତରେ ଟ୍ରକରେ ଫସିଥିବା କୁହାଯାଉଛି । ଅଗ୍ନିଶମ ବାହିନୀ ସହାୟତାରେ ୩ ଘଂଟା ହେଲା ଉଦ୍ଧାରକାର୍ଯ୍ୟ କରାଯାଇଥିଲା । ଓଡ୍ରାଫ୍ ଟିମ୍ ବି ଉଦ୍ଧାର କାମରେ ନିୟୋଜିତ କରାଯାଇଥିଲା । ତେବେ ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।