ମଦୁଆ ବରର ପୁରଣା ପ୍ରେମ ! ଯୁବକଙ୍କୁ ପୂର୍ବରୁ ଆଉ ଜଣେ ଯୁବତୀ ବାହା ହୋଇଥିବା ଅଭିଯୋଗ

49

କନକ ବ୍ୟୁରୋ : ମଦୁଆ ବରର ପୁରୁଣା ପ୍ରେମ । ବାହା ବେଦୀରୁ ଉଠି ଥାନାରେ ବାହା ହୋଇଥିବା ମଦ୍ୟପ ଯୁବକ ବିରୋଧରେ ଅଭିଯୋଗ ଆଣିଲେ ଆଉ ଜଣେ ଯୁବତୀ । ଯୁବକଙ୍କୁ ପୂର୍ବରୁ ଆଉ ଜଣେ ଯୁବତୀ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି । ପତ୍ନୀ ବୋଲି ଦାବି କରି ନ୍ୟାୟ ପାଇଁ ଥାନାରେ ଧାରଣା ଦେଇଛନ୍ତି । ଗତକାଲି ବେଦିରୁ ବର ଉଠିଗଲା ପରେ ମଦୁଆ ବରର ଥାନାରେ ବାହାଘର ହୋଇଥିଲା । ରାଉରକେଲା ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠିଯିବା ସହ ଭାଇ ସାଙ୍ଗରେ ମିଶି କନ୍ୟାପକ୍ଷକୁ ମାରଧର କରଥିବା ଅଭିଯୋଗରେ ଥାନାରେ ଅଟକ ଥିଲା ।

ପୋଲିସ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରର ଚେତା ପଶିବା ସହ ମଙ୍ଗୁଳା କନ୍ୟାକୁ ବିବାହ କରିବା ଲାଗି କନ୍ୟା ପକ୍ଷଙ୍କୁ କାକୁତି ମିନତି କରିଥିଲା । ଏଥିରେ କନ୍ୟାପକ୍ଷ ରାଜି ହେବାକୁ ଶେଷରେ କନ୍ୟା ବେକରେ ବରଣମାଳା ପକାଇ ଭୁଲ ମାଗିଥିଲା ବର । ଗତକାଲି ସଂଧ୍ୟାରେ ଟାଙ୍ଗରପାଲି ଥାନାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ବିବାହ ନେଇ ଚୁକ୍ତିନାମା ହେବାରୁ କନ୍ୟାଘର ଲୋକେ ମାମଲା ଫେରାଇ ନେଇଥିଲେ ।