ପୁଣି ଲଜ୍ଜା : କୋଣାର୍କ ମନ୍ଦିରଠାରୁ ୧୦୦ ମିଟର ଦୁରରେ ମାନସିକ ଅନଗ୍ରସର ମହିଳାଙ୍କ ମିଳିଲା ମୃତଦେହ, ଦୁଷ୍କର୍ମ ପରେ ତଂଟିଚିପି ହତ୍ୟାର ସନ୍ଦେହ

40

କନକ ବ୍ୟୁରୋ : ପୁଣି ଲଜ୍ଜା । କୋଣାର୍କ ମନ୍ଦିରଠାରୁ ମାତ୍ର ୧୦୦ ମିଟର ଦୁରରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ କେହି ଦୁର୍ବୁତ୍ତ ଦୁଷ୍କର୍ମ ପରେ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୋଣାର୍କ ମନ୍ଦିର ନିକଟରେ ଥିବା ରାଜାରାମ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ମନ୍ଦିର ନିକଟରେ ମହିଳା ଜଣକ ରହିଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ମଦ୍ୟପାନ କରି ଦୁଷ୍କର୍ମ ଓ ହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ଘଟଣାସ୍ଥଳରୁ ମଦବୋତଲ, ଗ୍ଲାସ ଆଦି ଜିନିଷ ମିଳିଥିବା ବେଳେ ଏନେଇ ନିଜଆଡୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ପୁଲିସ ।