ଭାଗ୍ୟ କେତେ ବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ, ତାହା ସେହି ବିଧାତାଙ୍କୁ ହିଁ ଜଣା । ଆଜିକୁ ୨୫ବର୍ଷ ତଳେ ଜଣେ ପରିବା ବିକାଳି ଘରକୁ ଫେରୁଥିବା ସମୟରେ ଏକ ଶିଶୁ କନ୍ୟାର କନ୍ଦିବା ସ୍ୱର ଶୁଣିବାକୁ ପାଇଥିଲେ। ସେହି କାନ୍ଦ କଅଁଳ ଶିଶୁକନ୍ୟାର ସ୍ୱର ଶୁଣି ଧାଇଁ ଗଲାବେଳକୁ ଅଳିଆ ଗଦା ଉପରେ ଶିଶୁଟି ଅତି ବିକଳ ହୋଇ କାନ୍ଦୁଛି। ସେ ସଙ୍ଗେସଙ୍ଗେ ଶିଶୁଟିକୁ ସେହି ଅଳିଆଗଦାରୁ ଉଠାଇ ଘରକୁ ନେଇ ଆସିଥିଲେ। ଆଜି ସେହି ଶିଶୁ କନ୍ୟା ଏବେ ଜଣେ ଆଇଏଏସ ଅଫିସର ଭାବେ କାର୍ୟ୍ୟରତ। ଆସନ୍ତୁ ଜାଣିବା ଏହି ଶିଶୁକନ୍ୟାର ଓ ପରିବା ବିକାଳିଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।

ଆସାମର ତିନସୁଖିଆ ଜିଲ୍ଲାରେ ବସବାସ କରନ୍ତି ସୋବର୍ନ। ସେ ପରିବା ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଏକଦା ସେ ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ କିଛି ବାଟରେ ଥିବା ଅଳିଆଗଦାରୁ ଏକ ଶିଶୁର କାନ୍ଦ ସ୍ୱର ଶୁଣିବାକୁ ପାଇଥିଲେ। ଶିଶୁଟି କୌଣସି ଅସୁବିଧାରେ ପଡ଼ି କାନ୍ଦୁଛି ଭାବି ସୋବର୍ନ ତା’ ପାଖକୁ ଦୌଡ଼ି ଯାଇଥିଲେ। ଅଳିଆଗଦା ଭିତରେ ଶିଶୁଟି ପଡ଼ିଥିବା ଦେଖି ସୋବର୍ନ ଆଶ୍ଚର୍ୟ୍ୟ ହୋଇଯାଇଥିଲେ, ତାକୁ କିଏ ଏପରି ସ୍ଥାନରେ ଓ କାହିଁକି ପକାଇଛି ତାହା ଭାବିବା ବଦଳରେ ସେ ସଙ୍ଗେସଙ୍ଗେ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ଶିଶୁ କନ୍ୟାକୁ ଘରକୁ ଆଣିବା ପରେ ସୋବର୍ନ ବହୁତ ଖୁସି ହୋଇ ଯାଇଥିଲେ। ଏହାପରେ ବିବାହ କରିବେ ନାହିଁ ବୋଲି ସ୍ଥିର କରିଥିଲେ। ଅବିବାହିତ ରହି ଏହି ଶିଶୁ କନ୍ୟାକୁ ମଣିଷ କରିବେ ବୋଲି ଅଣ୍ଟା ଭିଡି ଦିନରାତି ଏକାଠି କରି ଖୁବ୍ ପରିଶ୍ରମ କରିଥିଲେ। ସୋବର୍ନ ଝିଅଟିର ନାମ ଦେଇଥିଲେ ଜ୍ୟୋତି। ତାକୁ ପଠା ପଢ଼ାଇଲେ, ଜ୍ୟୋତିର ସବୁ ଇଚ୍ଛା ପୂରଣ କଲେ। ସେ ନିଜେ ଉପବାସରେ ରହି ଯାଆନ୍ତି ପଛେ ଝିଅର କିଛି ଅଭାବ ରଖନ୍ତି ନାହିଁ।

ଜ୍ୟୋତି ପାଠପଢ଼ିଲା ବଡ଼ହେଲା ହେଲା। ୨୦୧୩ ମସିହାରେ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏସନ୍ ପାଠପଢ଼ା ଶେଷ କରି ଜ୍ୟୋତି ୨୦୧୪ରେ ଆସାମ ପବ୍ଲିକ୍ ସର୍ଭିସ୍ କମିସନ୍ର ପିସିଏସ୍ ପରୀକ୍ଷାରେ କୃତ୍ତକାର୍ୟ୍ୟ ହୋଇଥିଲେ ଓ ସୋବର୍ନଙ୍କ ସ୍ୱପ୍ନକୁ ସାକାର କରିଥିଲେ। ଏହାପରେ ଉପାୟୁକ୍ତ ଭାବେ ଜ୍ୟାତି କାର୍ୟ୍ୟଭାର ହାତକୁ ନେଇଥିଲେ। ସୋବର୍ନ କହନ୍ତି, ‘ଜ୍ୟୋତି ଏବେ ମୋ ପାଖରେ ରହି ଭଲମନ୍ଦ ବୁଛିବା ସହ ମୋର ସବୁ ଇଚ୍ଛାକୁ ପୂରଣ କରୁଛି । କୋଇଲା ଭିତରୁ ହୀରାଟିଏ ପାଇଛି। ତାକୁ ନେଇ ମୁଁ ନିଜକୁ ଆଜି ଗର୍ବିତ ମନେ କରୁଛି।