ଦୃଢ ଇଚ୍ଛା ଶକ୍ତିର ମହିଳା ! ବାଇକରେ ସାରା ଦେଶ ବୁଲି ମହିଳାଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

60

Biker 1କନକ ବ୍ୟୁରୋ : ଅଦମ୍ୟ ସାହାସ ଓ ଦୃଢ ଇଛାଶକ୍ତି ମନୁଷ୍ୟକୁ ଲକ୍ଷ୍ୟ ସ୍ଥଳରେ ପଂହଚାଇଥାଏ । ଏହିଭଳି ଜଣେ ସଫଳ ମହିଳା ବାଇକର ହେଲେ ଗୁଜୁରାଟ କଛ ଜିଲାର ଟ୍ୱିଙ୍କଲ କାପାଡିଆ । ଦୀର୍ଘ ୫ ବର୍ଷ ହେବ ସେ ବାଇକ ରାଇଡିଂ କରିଆସୁଛନ୍ତି । ଆଉ ଲକ୍ଷ୍ୟ ବାଇକରେ ବୁଲି ଭାରତର ଖୋଜ୍ କରିବା । ଦେଶର ପ୍ରତିଟି କୋଣରେ ପଂହଚି ଲୋକଙ୍କ ସହ ମିଶିବା , କନ୍ୟାଭୃଣ ଉପରେ ସଚେତନତା , ସମାଜରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗକୁ ପ୍ରତିଟି ମହିଳାଙ୍କୁ ଏଥିପ୍ରତି ସଜାଗ କରିବା ଲକ୍ଷ୍ୟ ହେଉଛି ଟ୍ୱିଙ୍କରଙ୍କ ବାଇକ ରାଇଡିଂର ଉଦ୍ଦେଶ୍ୟ ।

Bikerଏବେ ସେ ଇଣ୍ଡିଆନ ଇଷ୍ଟ କୋଷ୍ଟ ରାଇଡରେ କଲିକତାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରାରେ ବାହାରିଛନ୍ତି । ଆଉ ପୁରୀରେ ପଂହଚି ରଘୁରାଜପୁରର ପଟ୍ଟଚିତ୍ର , କୋଣାର୍କ ସୂର୍ଯ୍ୟମନ୍ଦିର ଓ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ପରେ ଏବେ ସେ ସାତପଡା ଡଲଫିନ ଦେଖି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯିବେ ବୋଲି କହିଛନ୍ତି ଟ୍ୱିଙ୍କଲ । ୧୬ଟି ଦେଶ ବାଇକରେ ବୁଲିବା ପରେ ଏବେ ଭାରତ କି ଖୋଜ ଲକ୍ଷ୍ୟରେ ବାହାରିଛନ୍ତି ମହିଳା ବାଇକର ଗୁଜୁରାଟ କଛ ଜିଲାର ଟ୍ୱିଙ୍କଲ କାପାଡିଆ । ତାଙ୍କ ବାପା କାରରେ ଭାରତ ଭ୍ରମଣ କରିଥିବା ବେଳେ ସେ ଏଥିରେ ଅନୁପ୍ରାଣୀତ ହୋଇ ଆଗେଇ ଆସିଛନ୍ତି ।

ଦୀର୍ଘ ୫ ବର୍ଷ ହେବ ଟ୍ୱିଙ୍କଲ ବୁଲେଟରେ ବିଭିନ୍ନ ଯାଗା ବୁଲିଯାଉଥିବା ବେଳେ ପ୍ରଥମ ଥର ଲଦାଖକୁ ଯାଇଥିଲେ । ଆଉ ସେବେଠୁ ବଢିଥିଲା ତାଙ୍କର ଆତ୍ମବିଶ୍ୱାସ । ତା ପରେ ଭାରତ କି ଖୋଜ କରିବାର ନିଶା । ସେ ନେଇ ଦେଶର ପ୍ରତିଟି କୋଣରେ ପଂହଚି କିଛି ଲୋକଙ୍କ ସହ ମିଶିବା ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ବାହାରିଛନ୍ତି ବାଇକରେ । ଆଉ ଚଳିତ ଥର ତାଙ୍କର ବାଇକ ରାଇଡିଂ ହେଲା ଇଣ୍ଡିଆନ ଇଷ୍ଟ କୋଷ୍ଟ ରାଇଡ । ଏଥିରେ କଲିକତାରୁ ବାହାରି ଉପକୂଳ ଓଡିଶା ଦେଇ ପୁରୀରେ ପଂହଚିଛନ୍ତି ବାଇକର ଟ୍ୱିଙ୍କିଲ । କୋଣାର୍କ , ଜଗନ୍ନାଥ ମନ୍ଦିର ଦର୍ଶନ କରି ସାତପଡା ଦେଇ ଚିଲିକାରେ ଡଲଫିନ ଦେଖି ପୁଣି ବାହାରିଛନ୍ତି ଆନ୍ଧ୍ରପ୍ରଦେଶ ଅଭିମୁଖେ । ଆଉ ଏହି ରାଇଡିଂର ବେଶ ମଜାନେଇଛନ୍ତି ଟ୍ୱିଙ୍କିଲ ।

BIKER__2ଭାରତରେ ଅନେକ କିଛି ଅଛି । ଯାହାକି ଜାଣିବା ଦରକାର । ପୁଣି ଜଣେ ଝିଅ ହୋଇ ଦେଶକୁ ବାଇକରେ ପରିଭ୍ରମଣ କରିବା ପାଇଁ ଦରକାର ଅଦମ୍ୟ ସାହାସ । ଆଉ ଏହି ବାଇକର ଟ୍ୱିଙ୍କଲ କାପାଡିଆଙ୍କ ସାହାସ ଅନେକ ମହିଳାଙ୍କୁ ଅନୁପ୍ରାଣୀତ କରିପାରିବ ବୋଲି କହିଛନ୍ତି ଟ୍ୱିଙ୍କଲ । ସେପଟେ ଦେଶର ପ୍ରତିଟି କୋଣରେ ପଂହଚି ଲୋକଙ୍କ ସହ ମିଶିବା , କନ୍ୟାଭୃଣ ଉପରେ ସଚେତନତା , ସମାଜରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗକୁ ପ୍ରତିଟି ମହିଳାଙ୍କୁ ଏଥିପ୍ରତି ସଜାଗ କରିବା ଲକ୍ଷ୍ୟ ହେଉଛି ଟ୍ୱିଙ୍କରଙ୍କ ବାଇକ ରାଇଡିଂର ଉଦ୍ଦେଶ୍ୟ । ଏବେ ସେ ଇଣ୍ଡିଆନ ଇଷ୍ଟ କୋଷ୍ଟ ରାଇଡରେ କଲିକତାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରାରେ ବାହାରିଛନ୍ତି ।

ଭାରତୀୟଙ୍କ ମଧ୍ୟରେ ଏକତା ବା ବିଭିନ୍ନତା ମଧ୍ୟରେ ଏକତାର ଭାବକୁ ଦେଖିବା ଓ ଅନୁଭବ କରିବା ଏହି ଏକ୍ସପେଡିସନର ଲକ୍ଷ୍ୟ ବୋଲି କହିଛନ୍ତି ଟ୍ୱିଙ୍କଲ କାପାଡିଆ । ସେ ଏହି ବାଇକ ରାଇଡିଂ କରି ବୁଲିବା ଦ୍ୱାରା ହିନ୍ଦୀ , ଇଂରାଜୀ , ମାଲାୟଲମ , ତେଲୁଗୁ , ବଙ୍ଗାଳୀ ସହ ସ୍ପାନିସ ଭାଷା ମଧ୍ୟ ଶିଖି ସାରିଛନ୍ତି । ତେଣୁ ସମସ୍ତେ ଏହିଭଳି ଦେଶକୁ ଜାଣିବା ପାଇଁ ଆଗେଇ ଆସିବା ଦରକାର ।

ବିବିସି ଚ୍ୟାନେଲର ଏକ ଡକ୍ୟୁମେଣ୍ଟାରୀ ଡେନଜର୍ସ ବର୍ଡର୍ସରେ ୱିମେନ ବାଇକରରେ ଟ୍ୱିଙ୍କଲ କାପାଡିଆ ଅଂଶଗ୍ରହଣ କରିଥିଲେ । ଆଉ ତାହା ତାଙ୍କର ଏକ ଅଭୁଲା ସ୍ମୃତି ବୋଲି କହିଛନ୍ତି ଟ୍ୱିଙ୍କଲ କାପାଡିଆ । ତେବେ ଏହି ବାଇକ ରାଇଡିଂ ମନକୁ ଶାନ୍ତି ଦିଏବୋଲି କହିଛନ୍ତି ଟ୍ୱିଙ୍କଲ ।