ସୁଷମା ସ୍ୱରାଜଙ୍କ କିଡନୀ ଫେଲ ଘଟଣା : କିଡନୀ ଦେବାକୁ ଅନୁରୋଧ କଲେ ଟ୍ରାଫିକ୍ କନଷ୍ଟେବଳ ଗୈାରବ ସିଂ ଡାଙ୍ଗି

27

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କିଡନୀ ଦେବାକୁ ଅନୁରୋଧ କଲେ ମଧ୍ୟପ୍ରଦେଶ ଭୋପାଳ ସହରର ଟ୍ରାଫିକ୍ କନଷ୍ଟେବଳ ଗୈାରବ ସିଂ ଡାଙ୍ଗି । ଗୈାରବ ଏନେଇ ସୁଷମାଙ୍କୁ ଟୁଇଟ୍ କରି ନିଜର ଇଛା ଜଣାଇଛନ୍ତି । ସେ ଏହି ଟୁଇଟରେ ଆହୁରି ସୂଚନା ଦେଇଛନ୍ତି ତାଙ୍କର ବ୍ଳଡ୍ ଗ୍ରୁପ୍ ଓ ପଜିଟିଭ୍ । ସୁଷମା ଏହି ଟୁଇଟ୍ ପାଇବା ପରେ ଗୈାରବଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ଗୈାରବଙ୍କ କିଡନୀ ସୁଷମାଙ୍କ  ଦେହରେ ଟ୍ରାନ୍ସପ୍ଲାଂଟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସୁଷମା ଗତ ୭ ତାରିଖରୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କର କିଡନୀ ଫେଲ୍ ହୋଇ ଯାଇଥିବାରୁ ଏମ୍ସ ପକ୍ଷରୁ କିଡନୀ ଟ୍ରାନ୍ସପ୍ଲାଂଟ ପାଇଁ ପାଇଁ କୁହାଯାଇଛି ।