ପେଟ ଯନ୍ତ୍ରଣା ସହି ନପାରି ଡାକ୍ତରଖାନା ଗଲେ ରୋଗୀ । ଏକ୍ସ-ରେ ରିପୋର୍ଟରେ ଜଣା ପଡ଼ିଲା ପେଟରେ ଅଛି ଷ୍ଟିଲ୍ ଗ୍ଲାସ୍ ।

58

ପେଟରେ ଯନ୍ତ୍ରଣା ଅନୁଭବ କଲେ ଆପଣଙ୍କ ହସ୍ପିଟାଲ ଯାଇଥାନ୍ତି କିମ୍ବା ମେଡିସିନ୍ ଦୋକାନରୁ ଏକ ସାଧାରଣ ବଟିକା ଖାଇ ଚିକିତ୍ସା କରିଥାନ୍ତି । ହେଲେ ଆପଣଙ୍କ ପେଟରେ ଯଦି ଷ୍ଟିଲ୍ ଗ୍ଲାସ ଥିବା ଜାଣିବାକୁ ପାଇଲେ ତେବେ କେଉଁ ମେଡିସିନ୍ ଖାଇବେ ? ଏକଥା ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଚାଞ୍ଚଲ୍ୟ ମଧ୍ୟ ଖେଳିଛି ହରିୟାଣାର ଫରିଦାବାଦ୍ ଅଞ୍ଚଳରେ ।

hindi.oneindia.com

ସୂଚନା ମୁତାବକ ଜଣେ ମହିଳା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ଗଲେ । କାହିଁକି ପେଟରେ ବାରମ୍ବାର କଷ୍ଟ ଅନୁଭବ ହେଉଛି ତାହାର ପରୀକ୍ଷା କରାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଲେ ସଂପୃକ୍ତ ବ୍ୟକ୍ତି । ହେଲେ ଏକ୍ସ-ରେ ରିପୋର୍ଟରେ ଯାହା ଆସିଲା ତାକୁ ଦେଖି ଏବେ ସ୍ଥାନୀୟ ଅଞ୍ଚଳ ତଥା ଜାତୀୟ ଗଣମାଧ୍ୟରେ ଭାଳେଣି ପଡିଛି । ରିପୋର୍ଟ ମୁତାବକ ପୀଡ଼ିତଙ୍କ ପେଟରେ ଏକ ଷ୍ଟିଲ୍ ଗ୍ଲାସ୍ ରହିଛି । ସେଥି ଯୋଗୁଁ ତାଙ୍କ ପେଟରେ ବାରମ୍ବାର ଯନ୍ତ୍ରଣା ଅନୁଭବ ହୁଏ ବୋଲି ଡାକ୍ତର କହିଛନ୍ତି । ତେଣୁ ଏଭଳି ଘଟଣା ପରେ ପିଡ଼ୀତଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଡାକ୍ତରଙ୍କ କହିବାନୁସାରେ, ଡବୁଆ କଲୋନିରେ ବସବାସ କରୁଥିବା ୩୦ବର୍ଷର ଜଣେ ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟାରେ ପେଟରେ ଯନ୍ତ୍ରଣା ନେଇ ସ୍ଥାନୀୟ ବିକେ.ହସ୍ପିଟାଲରେ ପହଁଚିଥିଲେ । ଡାକ୍ତର ଉପେନ୍ଦ୍ର ଓ ଡାକ୍ତର ସନ୍ଦୀପ ଅଗ୍ରୱାଲ ଯାଞ୍ଚ ପାଇଁ ଉକ୍ତ ବ୍ୟକ୍ତିଙ୍କ ଏକ୍ସ-ରେ କରିଥିଲେ, ଏହି ରିପୋର୍ଟରୁ ଜଣାପଡ଼ିଲା କି ତାଙ୍କ ପେଟରେ ଏକ ଷ୍ଟିଲ ଗ୍ଲାସ ଫସି ରହିଛି  । ଡାକ୍ତରଙ୍କ କହିବାନୁସାରେ, ପାଖାପାଖି ୭ଦିନ ପୂର୍ବେ ମଳଦ୍ୱାର ବାଟେ ଏହି ଷ୍ଟିଲ୍ ଗ୍ଲାସ୍ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା ଓ ଖାଦ୍ୟନଳୀ ନିମ୍ନ ଭାଗରେଫସି ଯାଇଥିଲା। ଯାହାଫଳରେ ସେ ମଳତ୍ୟାଗ କରି ପାରିଲେ ନାହିଁ ଓ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ତେବେ ପୀଡିତଙ୍କ କହିବାନୁସାରେ ଏହି ଗ୍ଲାସ କିପରି ଗଲା ତାହା ସେ ଜାଣି ନାହାନ୍ତି । ଏପରି କ୍ଷେତ୍ରରେ ଏହି ଗ୍ଲାସ୍ ପେଟ ଭିତରେ କିପରି ଆସିଲା ତାହା ଚାଞ୍ଚଲ୍ୟକର ବିଷୟ ପାଲଟିଛି।