ସ୍ତ୍ରୀକୁ ଜଗୁଛି ସିସିଟିଭି : ନିଜ ଶାଳୀକୁ ବିବାହ କରିବା ପାଇଁ ସଫ୍ଟୱେର ଇଂଜିନିୟରଙ୍କ ଅଜବ କାଣ୍ଡ

88

ccନିଜ ଘରେ ଚୋରୀ ,ଡକାୟତ ଆଦିିରେ ଜିନିଷ ପତ୍ର ସୁରକ୍ଷିତ ପାଇଁ ଲୋକମାନେ ସିସିଟିଭି ଲଗାଇଥାନ୍ତି । ନିଜର ଅନୁପସ୍ଥିତିର ସବୁ ଦୃଶ୍ୟ ସିସିଟିଭରେ କଏଦ ହୁଏ । ହେଲେ ଏମିତି ଏକ ଖବର ସାମ୍ନାକୁ ଆସିଛି ଆପଣ କାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ସଫ୍ଟୱେର ଇଂଜିନିୟର ନିଜ ସ୍ତ୍ରୀ ପାଇଁ ଘରେ ଲଗେଇଛନ୍ତି ସିସିଟିଭି । ପୁଣି ଘରର ଗୋଟେ ସ୍ଥାନରେ ନୁହେଁ । ନିଜ ବେଡରୁମରେ ବି ନିଜ ସ୍ତ୍ରୀ ଉପରେ ନଜର ରଖିବା ପାଇଁ ଲଗେଇଛନ୍ତି ସିସିଟିଭି କ୍ୟାମେରା ।

source-http://timesofindia.indiatimes.com/

ହାଇଦ୍ରାବାଦର ୩୪ ବୟସ୍କ ଏହି ସଫ୍ଟୱେର ଇଂଜିନିୟରଙ୍କ ନାଁ ଶଙ୍କର । ୨୦୧୫ରେ ପୁର୍ଣ୍ଣଜ୍ୟୋତି ନାମ୍ନୀ ଜଣେ ଝିଅକୁ ବିବାହ କରିଥିଲେ ଶଙ୍କର । ବିବାହ ପରେ ଶଙ୍କର ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ପୁର୍ଣ୍ଣଜ୍ୟୋତିର ରହିଛି ହେଲଥ ପ୍ରୋବ୍ଲେମ୍ । ଏଥିପାଇଁ ସେ ନିଜ ସ୍ତ୍ରୀର ସାନ ଭଉଣୀକୁ ଦ୍ୱିତୀୟ ବିବାହ ପାଇଁ ଶାଶୁ ଶ୍ୱଶୁରଙ୍କୁ କହିଲେ । ଏଥିରେ ପୁର୍ଣ୍ଣଜ୍ୟୋତି ଓ ତାଙ୍କ ବାପା ମା’ ରାଜି ହେଲେ ନାହିଁ । ଶଙ୍କରଙ୍କ ଏଭଳି ନୀତିକୁ ବିରୋଧ କଲେ ସ୍ତ୍ରୀ ପୁର୍ଣ୍ଣଜ୍ୟୋତି । ଶଙ୍କର ଏଥିରେ ବିରକ୍ତ ହୋଇ ସ୍ତ୍ରୀ ଉପରେ ନାନା ଅତ୍ୟାଚାର ଆରମ୍ଭ କରିଦେଲେ ।

wife

ଆଉ ଅଧିକ ୧୦ଲକ୍ଷ ଟଙ୍କା ଯୈାତୁକ ଦାବି କଲେ । ନିଜ ସ୍ତ୍ରୀ ଠାରୁ ମୋବାଇଲ ଫୋନ ଛଡାଇନେଲେ । ତାଙ୍କୁ ଚବିଶ ଘଂଟା ନଜରରେ ରଖିବା ପାଇଁ ଘରେ ସିସିଟିଭି ଲଗେଇଲେ । ବାପା ମା’ଙ୍କ ସହ କଥାବାର୍ତା କରାଇଦେଲେନି । ସହିବାର ଗୋଟେ ସୀମା ଥାଏ । ଶେଷରେ ପୁର୍ଣ୍ଣଜ୍ୟୋତି ବାଧ୍ୟ ହୋଇ ନିଜ ସ୍ୱାମୀର ଏଭଳି ଅକଥନୀୟ ଅତ୍ୟାଚାର ବିଷୟରେ ଅବଗତ କରାଇଲେ ପୁଲିସରେ । ସ୍ୱାମୀ ଶଙ୍କର ନାଁରେ ସ୍ଥାନୀୟ ପୁଲିସ୍ ଷ୍ଟେସନରେ ଏତଲା ଦେଲେ ।

ଥରେ ବାହା ବେଦୀ ଉପରେ ହୋମ ନିଆଁକୁ ସାକ୍ଷି ରଖି ହାତଗଣ୍ଠି ପଡି ଗଲେ । ସ୍ୱାମୀ-ସ୍ତ୍ରୀର ମଧୁର ସଂପର୍କ ସାତଜନମ ପାଇଁ ବାନ୍ଧି ହୋଇଯାଏ ବୋଲି ବିଶ୍ୱାସ ଥାଏ । ସ୍ତ୍ରୀର ଦଶଦୋଷକୁ କ୍ଷମା ଦେବାର ପତିଶୃତି ବି ବହନ କରିଥାଏ ସ୍ୱାମୀଟିଏ । ହେଲେ , ଏ’ଠି ସ୍ତ୍ରୀର ସ୍ୱାସ୍ଥ୍ୟଗତ ଅସୁବିଧାକୁ ନେଇ ନିଜେ ଦ୍ୱିତୀୟ ବିବାହ କରିବାକୁ ସ୍ତ୍ରୀ ପ୍ରତି ଅକଥନୀୟ ଅତ୍ୟାଚାର ଏବେ ଚର୍ଚ୍ଚାରେ ।

ଏହା ସହ ଦେଖନ୍ତୁ – ଫେସବୁକରେ ଝିଅ ସାଜି ବନ୍ଧୁତା : ଏକ ତରଫା ପ୍ରେମରେ ବିଫଳ ପରେ ହତ୍ୟା