ସ୍କୁଲରେ ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ମିଳିଲା ସାପ ! ଇତସ୍ତତ ଦୌଡିବାକୁ ଲାଗିଲେ ପିଲା

190

ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ଅଭାବନୀୟ ଘଟଣା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ସ୍କୁଲର ମଧ୍ୟାହ୍ନ ଭୋଜନରେ ପରଷା ଯାଇଥିବା ଖେଚୁଡିରେ ସାପ ମିଳିଛି । ସାପ ଦେଖି ପିଲାମାନେ ଇତସ୍ତତ ଦୌଡିବାକୁ ଲାଗିଲେ ।

ଘଟଣା ପରେ ଏହି ମାମଲା ଉଚ୍ଚ ଅଧିକାରୀଙ୍କ ପାଖକୁ ପହଂଚିଛି, ଯାହାପରେ ଘଟଣାସ୍ଥଳରେ ଅଧିକାରୀମାନେ ପହଂଚି ତୁରନ୍ତ ଖେଚୁଡିକୁ ଜବତ କରିନେଇଛନ୍ତି ଓ ଏହି ମାମଲାରେ ଯାଂଚ କରିବାକୁ ଆଦେଶ ଦେଇଛନ୍ତି । ସେପଟେ ମଧ୍ୟାହ୍ନ ଭୋଜନ ନମିଳିବା କାରଣରୁ ସ୍କୁଲର ପାଖାପାଖି ୮୦ପିଲାଙ୍କୁ ଭୋକରେ ରହିବାକୁ ପଡିଛି । ଏହି ଘଟଣାର ତଦନ୍ତ କରି ନାନ୍ଦେଡ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ଦିଗରାସ୍କର କହିଛନ୍ତି କି, ସାପ ମିଳିବା ପରେ ଭୋଜନ ସେବାକୁ ତୁରନ୍ତ ବନ୍ଦ କରିଦିଆଯାଇଛି, ଯଦ୍ୱାରା ଅଧିକାଂଶ ପିଲା ଭୋକରେ ରହିଗଲେ । ସେ କହିଛନ୍ତି କି, “ଆମେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛୁ ଓ ତଦନ୍ତ ଆଦେଶ ମଧ୍ୟ ଦିଆଯାଇଛି ।”