ଛୋଟ ଝିଅର ସାହସ ଆଗରେ ହାର ମାନିଲା ମୃତ୍ୟୁ ! ସାପ କାମୁଡିବା ପରେ ସାପକୁ ବୋତଲରେ ପୁରାଇ ହସ୍ପିଟାଲରେ ପହଞ୍ଚିଲା କୁନି ଝିଅ, ଆଉ ତା ପରେ…

58

ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଜଣେ ସାଧାରଣ ବ୍ୟକ୍ତି ସାପକୁ ଦେଖିବା ମାତ୍ରେ ଡଡିଯାଇ ସେହି ସ୍ଥାନରୁ ଦୌଡି ପଳାଇଥାଏ । ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡି ଦିଏ ତେବେ ସେହି ବ୍ୟକ୍ତି ଜଣକ ଡରିଯାଇ ଚିଲେଇବାକୁ ଲାଗିଥାଏ କିମ୍ବା ଭୟରେ ବେହୋସ ହୋଇଯାଇଥାଏ । ଯହାଫଳରେ ରକ୍ତଚାପ ବଢିବା କାରଣରୁ ଶରୀରରେ ସାପର ବିଶ ଖୁବ ଶିଘ୍ର ବ୍ୟାପିଯାଇଥାଏ ଏବଂ ପରେ ଲୋକର ମୃତ୍ୟୁ ହୋଇଯାଇଥାଏ । ଏହି ମାମଲାରେ ଝିଅ ମାନେ ଅତ୍ୟଧିକ ଡରିଯାଇଥାନ୍ତି । ଅନେକ କ୍ଷେତ୍ରରେ ଏପରି ମଧ୍ୟ ଦେଖାଦେଇଛି ଯଦି କୌଣସି ଝିଅକୁ ସାପ କାମୁଡି ଦିଏ ତେବେ ସେଇ ଝିଅଟି ଅତ୍ୟଧିକ ଭୟଭିତ ହୋଇ ସେହି ସ୍ଥାନରେ ପ୍ରାମ ହରାଇ ଥାଏ । କିନ୍ତୁ ୟୁପିରେ ଜଣେ ଝିଅ ଏପରି ସାହସିକତାର କାମ କରିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲା ଅନ୍ତର୍ଗତ ସରାୟ ରାଘବ ଗ୍ରାମରେ ବାସକରୁଥିବା ଲକ୍ଷ୍ମୀ ନାମକ ଜଣେ ଛୋଟ ଝିଅଟି ଜଙ୍ଗଲରେ ଜାଳେଣୀ ଏକାଠି କରୁଥିବା ବେଳେ କାଠରେ ଲୁଚି ରହିଥିବା ଗୋଟେ ସାପ ଲକ୍ଷ୍ମୀକୁ କାମୁଡି ଦେଇଥିଲା । ସାଧାରଣତଃ ଏଭଳି ସ୍ଥିତିରେ ସାଧାରଣ ଲୋକମାନେ ଡରିଯାଇଥାନ୍ତି । କିନ୍ତୁ ଲକ୍ଷ୍ମୀ ନଡରି ସାପକୁ ଧରି ପକାଇଥିଲା ଏବଂ ସାପଟିକୁ ଧରି ଲକ୍ଷ୍ମୀ ତାଙ୍କ ବାପାଙ୍କୁ ଡାକିଥିଲା । ବାପା ଦୌଡିଯାଇ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲେ ଝିଅ ତା ହାତରେ ଗୋଟିଏ ସାପକୁ ଧରିଛି । ବାପା ତୁରନ୍ତ ସବୁକିଛି ବୁଝିଯାଇ ସାପଟିକୁ ଧରି ବୋତରେ ପୁରାଇ ଲକ୍ଷ୍ମୀକୁ ମେଡିକାଲ ନେଇଯାଇଥିଲେ । ମେଡିକାଲରେ ପହଞ୍ଚିବା ପରେ ଲକ୍ଷ୍ମୀଙ୍କ ପିତା ଡାକ୍ତରଙ୍କୁ ସମ୍ପୁର୍ଣ୍ଣ ଘଟଣା ବିଷୟରେ କହିଥିଲେ । ପରେ ଡାକ୍ତର ଲକ୍ଷ୍ମୀଙ୍କ ଚିକିତ୍ସା କରିଥିଲେ । ଲକ୍ଷ୍ମୀ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛି । ଏହି ଘଟଣା ଶୁଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ଏତେ ଛୋଟ ଝିଅଟି ଏଭଳି ଏକ ଦୁଃସାହସିକ କାମ କରିବା ଏକ ଛୋଟ କଥା ନୁହେଁ ।