୭ ବର୍ଷର କୁନି ପିଲା ରେୟାନ ୟୁଟ୍ୟୁବରେ ଚ୍ୟାନେଲ ଖୋଲି ହେଲେ କୋଟିପତି ! ବାର୍ଷିକ ୭୫ କୋଟି ଟଙ୍କାରୁ ଅଧିକ ଟଙ୍କା ଇନକମ କରି ୟୁଟ୍ୟୁବ ଦୁନିଆରେ ହେଲେ ନମ୍ବର-୧ ।

56

ୟୁଟ୍ୟୁବରେ ଭିଡିଓ ଅପଲୋଡ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା କଥାତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଚକ୍ଲେଟ ଏବଂ ଖେଳନାକୁ ନେଇ କୌଣସି ବ୍ୟକ୍ତି ୟୁଟ୍ୟୁବରୁ କୋଟି କୋଟି ଟଙ୍କା ରୋଜଗାର କରୁଥିବା କଥା ବୋଧ ହୁଏ ଆପଣ ମାନେ ଶୁଣିନଥିବେ । ଜଣେ ୭ ବର୍ଷର ପିଲା ଚକଲେଟ ଏବଂ ଖେଳନା ଦ୍ୱାରା ଭିଡିଓ ବନାଇ ୟୁଟ୍ୟୁରେ ଏକ ଚ୍ୟାନେଲ ଖୋଲି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛି ।

ଏହି ୭ ବର୍ଷିୟ ପିଲାଟିର ନାଁ ହେଉଛି ରେୟାନ । ରେୟାନ ଏବଂ ତାଙ୍କ ପିତାମାତା ୩ ବର୍ଷ ତଳେ ଏକ ୟୁଟ୍ୟୁବରେ ରେୟାନ ଟଏ ରିଭ୍ୟୁ ନାମକ ଏକ ଚ୍ୟାନେଲ ଆରମ୍ଭ କରିଥିଲେ । ରେୟାନ ଏହି ଚ୍ୟାନେଲରେ ଖେଳନା, ମିଠା ଏବଂ ଚକଲେଟର ରିଭ୍ୟୁ କରୁଥିଲା । ବହୁ ବର୍ଷ ବିତିବା ପରେ ୟୁଟ୍ୟୁବରେ ଚ୍ୟାନେଲଟି ହିଟ ହୋଇଥିଲା । ବର୍ତମାନ ରେୟାନ ୟୁଟ୍ୟୁବରୁ ପ୍ରତିମାସରେ ପ୍ରାୟ ୧ମିଲିୟନ ଡଲାର ରୋଜଗାର କରୁଛନ୍ତି । ଯହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୬,୮୭ କୋଟି ଟଙ୍କା ହେଉଛି । ମାସକୁ ୧ ମିଲିୟନ ଡଲାର ରୋଜଗାର କରୁଥିବା ବେଳେ ବାର୍ଷିକ ପ୍ରାୟ ୧୧ ମିଲିୟନ ଡଲାର ରୋଜଗାର କରିପାରୁଛନ୍ତି । ଅର୍ଥାତ ବାର୍ଷିକ ପ୍ରାୟ ୭୫.୬୧ କୋଟି ଟଙ୍କା ୟୁଟ୍ୟୁବରୁ ରୋଜଗାର କରିପାରୁଛନ୍ତି ।

ରେୟାନଙ୍କ ଚ୍ୟାନେଲରେ ପ୍ରାୟ ୧୦ ମିଲିୟନ ଅର୍ଥାତ ୧ କୋଟି ସସ୍କ୍ରାଇଭର ରହିଛନ୍ତି । କିଡ୍ସ୍ ଏଣ୍ଟଟେନମେଣ୍ଟ ସେକ୍ସନରେ ରେୟାନଙ୍କ ଭିଡିଓ ସବୁଠୁ ଉପରେ ରହିଛି । ରେୟାନଙ୍କ ପ୍ରଥମ ଭାଇରାଲ ଭିଡିଓ ୨୦୧୫ ଜୁଲାଇ ମାସରେ ପବ୍ଲିସ ହୋଇଥିଲା । ଏହି ଭିଡିଓରେ ପ୍ରାୟ ୮୮୭ ମିଲିୟନ ଦର୍ଶକ ରହିଥିଲେ । ୟୁଟ୍ୟୁବରୁ ଏତେ ଟଙ୍କା ରୋଜଗାର ଦେଖି ରେୟାନଙ୍କ ମା’ କେମେଷ୍ଟ୍ରି ଲେକ୍ଚର ପଦରୁ ଇସ୍ଥପା ଦେଇ ଏବେ ୟୁଟ୍ୟୁବ ଚ୍ୟାନେଲକୁ ଆହୁରି ଆଗକୁ ବଢାଇବା ପାଇଁ ପ୍ରୟାଶ କରୁଛନ୍ତି ।