କେନ୍ଦୁଝରରେ ସୀମା ଟପିଲା ସାରଙ୍କ ଶାସନ । ସ୍କୁଲ ପରିସରରେ ଛାତ୍ରଙ୍କୁ ପିଟିପିଟି ବାଡ଼ି ଭାଙ୍ଗି ଦେଲେ ଶିକ୍ଷକ, ନିଲମ୍ବିତ କଲେ ବ୍ଲକ୍ ଶିକ୍ଷା ଅଧିକାରୀ ।

371

କନକ ବ୍ୟୁରୋ : ବିଦ୍ୟାଳୟରେ ସୀମା ଟପିଗଲା ଶିକ୍ଷକଙ୍କ ଶାସନ । ଛାତ୍ରଙ୍କୁ ଶିକ୍ଷକଙ୍କ ବାଡିଭଙ୍ଗା ମାଡ । ବିଦ୍ୟାଳୟ ପରିସରରେ ପିଲାଙ୍କୁ ପିଟିପିଟି ବାଡି ଭାଙ୍ଗି ଦେଲେ ଶିକ୍ଷକ । ଏମିତି ଏକ ଅଭବାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ । ହରିଚନ୍ଦନପୁର ପିତାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ଧାଡି କରି ଆଣ୍ଠେଇ ପ୍ରଧାନ ଶିକ୍ଷକଙ୍କ ପ୍ରବଳ ମାଡ ।

ଗଣିତ ଭୂଲ ହେବାରୁ ଶ୍ରେଣୀ ଗୃହ ଆଗରେ ପିଲାମାନଙ୍କୁ ଆଣ୍ଠେଇ ଦେଇଥିଲେ ପ୍ରଧାନ ଶିକ୍ଷକ ରତି ନାରାୟଣ ରାଉତ । ଆଉ ଏହାପରେ ପିଲାଙ୍କୁ ମାଡ ମାରିବା ପାଇଁ ଶିକ୍ଷକ ଜଣଙ୍କ ନିଜର ସବୁ ବଳ ଲଗେଇ ଦେଇଥିଲେ । ଯାହା ଏହି ଭିଜୁଆଲକୁ ଦେଖିଲେ ବେଶ ଭଲ ଭାବରେ ଜଣାପଡୁଛି । ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷାଣା କରାଯାଇଥିବା ବେଳେ ଶିକ୍ଷକଙ୍କ ବାଡି ଭଙ୍ଗା ମାଡ ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ । ସଂପୃକ୍ତ ଶିକ୍ଷକ ରତି ନାରାୟଣ ରାଉତଙ୍କୁ ନିଲମ୍ବିତ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ । ସେପଟେ ଏଭଳି ମାଡ ମାରିଥିବାରୁ ଭୂଲ ମାଗିଛନ୍ତି ସଂପୃକ୍ତ ଶିକ୍ଷକ ।