ବିଜ୍ଞାନ ଯୁଗରେ ବି ଲୋକଙ୍କ ମନରେ ରହିଛି ଅନ୍ଧ ବିଶ୍ୱାସ ! ସ୍ୱାସ୍ଥ୍ୟବସ୍ଥା ଠିକ କରିବା ପାଇଁ କୋମଳମତି ଶିଶୁ ବେକରେ ଗୁଡାଇଲେ ସାପ, ଆଉ ତା ପରେ…

36

ବିଜ୍ଞାନ ଯୁଗରେ ବି ଲୋକଙ୍କ ମନରେ ରହିଛି ଅନ୍ଧ ବିଶ୍ୱାସ । ଆଉ ସେଇ ଅନ୍ଧବିଶ୍ୱାସ ପାଇଁ ଆଜି ଚାଲିଯାଇଛି ଏକ କୋମଳ ମତି ଶିଶୁର ଜୀବନ । ଛତିଶଗଡ଼ର ରଜନାନ୍ଦଗ୍ରାମରେ ଜଣେ ସାପୁଆ କେଳାକୁ ପାଞ୍ଚ ମାସର ଏକ ଶିଶୁ ବେକରେ ସାପକୁ ଗୁଡାଇ ଖେଳା ଦେଖାଇବା ମହଙ୍ଗା ପଡ଼ିଲା। ଖେଳା ଦେଖାଉଥିବା ସମୟରେ ସାପଟି ଶିଶୁକୁ ଚୋଟ ମାରିଥିଲା, ଫଳରେ ତା’ର ମୃତ୍ୟୁ ହୋଇଯାଇଥିଲା । ପୁଲିସ ସାପୁଆ କେଳାକୁ ଗିରଫ କରିଛି।

ସୂଚନାଯୋଗ୍ୟ, ସିଂଗଦେଇ ନିବାସି ରଘୁନାଥଙ୍କ ଘରେ ପାଞ୍ଚ ମାସ ପୂର୍ବରୁ ଏକ ପିଲା ଜନ୍ମ ନେଇଥିଲା । ମା’ ବାପା ସ୍ନେହରେ ଝିଅର ନାଁ ରଖିଥିଲେ ସୁମାଶୀ । ତେବେ ଗତ କିଛି ଦିନ ହେବ ସୁମାଶୀର ସ୍ୱାସ୍ଥ୍ୟବସ୍ଥା ଠିକ ରହୁନଥିଲା । ଏହି ପରିସ୍ଥିତିରେ କୁନି ଶିଶୁଟିକୁ ମେଡିକାଲ ନେବା ବଦଳରେ ତା ବେକରେ ଗୁଡାଇ ଦେଇଥିଲେ ସାପ । ଅନ୍ଧ ବିଶ୍ୱାସ ଥିଲା ବେକରେ ସାପ ଗୁଡାଇଦେଲେ ଶିବଙ୍କ ଆଶିର୍ବାଦ ପ୍ରପ୍ତ ହେବ ଆଉ ଝିଅ ଭଲ ହୋଇଯିବ । କିନ୍ତୁ ପରେ ପରିବାର ଲୋକଙ୍କ ଏହି ନିଷ୍ପତି ତାଙ୍କୁ ମହଙ୍ଗା ପଡିଥିଲା । କୁନି ପିଲା ବେକରେ ଗୁଡେଇ ହୋଇଥିବା ସାପଟି ପିଲାର କାନ୍ଧକୁ କାମୁଡି ଦେଲା । ଏହା ଦେଖିବା ପରେ ବି ପରିବାର ଲୋକଙ୍କ ଆଖି ଖୋଲିନଥିଲା । ପ୍ରାୟ ସଂନ୍ଧ୍ୟା ବେଳ ଯାଏ ଶିଶୁକୁ ଘରେ ରଖି ଅନ୍ଧବିଶ୍ୱାସରେ ବସବର୍ତ୍ତି ହୋଇ ଚିକିତ୍ସା କରାଯାଇଥିଲା । କିନ୍ତୁ ଶିଶୁଟିର ଅବସ୍ଥା ପୁରାପୁରି ଖରାପ ହୋଇଯିବାରୁ ପରିବାର ଲୋକେ ଶିଶୁଟିକୁ ନେଇ ତୁରନ୍ତ ମେଡିକାଲ କଲେଜ ହସ୍ପିଟାଲ ଯାଇଥିଲେ ହେଁ ସେଠାରେ ଡାକ୍ତର ଶିଶୁକୁ ମୃତବୋଲି ଘୋଷଣା କରିଥିଲେ। ପରେ ଖବର ପାଇ ବସନ୍ତପୁର ପୁଲିସ ବିଲ୍ଲା ରାମକୁ ଗିରଫ କରି ନେଇଛି।