ସହିଦ ପୁଅର ପତ୍ନୀକୁ ଗର୍ଭବତୀ ଅବସ୍ଥାରେ ଘରୁ ତଡିଦେଲେ ଶାଶୂଘର ଲୋକେ ! ହେଲେ ହାରିନଥିଲେ ନିଧି, ସ୍ୱାମୀଙ୍କ ଭଳି ଦେଶ ସେବା ପାଇଁ ନିଜକୁ କରିଥିଲେ ତୟାର, ବନିଲେ ଆର୍ମି ଅଫିସର

737

ଭାରତୀୟ ସେନାର ଜଣେ ଅଫିସର ସହିଦ ହେବାପରେ ତାଙ୍କର ପତ୍ନୀ ମାଟି ମାଆର ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି । ଏହି ବାହାଦୁର ମହିଳା ନିଜେ ହିଁ ଫୌଜି ଅଫିସର ବନିବାର ସ୍ୱପ୍ନ ଦେଖିଥିଲେ । ଏହାପରେ ତମାମ ଆସୁବିଧାକୁ ସହି ବି ସେ ଏହି ସ୍ୱପ୍ନକୁ ପୁରଣ କରି ଦେଖାଇଥିଲେ । ଏବେ ଏହି ମହିଳା ଅଫିସର୍ସ ଟ୍ରେନିଂ ଏକାଡେମୀରେ ଜଏନ କରିବାକୁ ଯାଉଛନ୍ତି । ତେବେ କାହାଣୀ ହେଉଛି ମଧ୍ୟପ୍ରଦେଶର ସାଗରରେ ରହୁଥିବା ନିଧି ଦୁବେଙ୍କର । ନିଧି ଚାରି ଥର ଏସଏସବି ପରିକ୍ଷାରେ ଅସଫଳତାର ମୁହଁ ଦେଖିବା ପରେ ବି ଅତି ଧୈର୍ଯ୍ୟତରା ସହ ପ ଂଚମ ଥର ତଥା ଶେଷ ପ୍ରୟାସରେ ପରୀକ୍ଷାରେ ପାସ୍ କରି ହିଁ ନିଶ୍ୱାସ ନେଇଥିଲେ ।
ସ୍ୱାମୀଙ୍କ ମୃତ୍ୟୁର ଦୁଇ ଦିନ ପରେ ହିଁ ତାଙ୍କ ଶାଶୂଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲେ ..

ନିଧିଙ୍କର ବିବାହ ସେନାର ଅଫିସର ମୁକେଶ କୁମାର ଦୁବେଙ୍କ ସହ ହୋଇଥିଲା । ହେଲେ ବିବାହର ବର୍ଷକ ପରେ ସେ ବିଧବା ହୋଇଯାଇଥିଲେ । ସ୍ୱାମୀଙ୍କୁ ହରାଇବା ପରେ ଦୁଃଖ କମ ନଥିଲା କି ନିଧିଙ୍କ ଶାଶୂଘର ଲୋକେ ବି ମୁହଁ ମୋଡି ନେଇଥିଲେ । ଗର୍ଭବତୀ ଥିବା ସତ୍ୱେ ବି ନିଧିଙ୍କୁ ତାଙ୍କର ଶାଶୂଘର ଲୋକେ ଘରୁ ବାହାର କରିଦେଇଥିଲେ । ତେବେ ଏହା ମୁକେଶଙ୍କ ମୃତ୍ୟୁର ୨ଦିନ ପରେ ହୋଇଥିଲା ।

ହେଲେ ଏଭଳି ପରିସ୍ଥିତିରେ ନିଧିଙ୍କୁ ସାଥ ଦେଇଥିଲେ ନିଧିଙ୍କ ପରିବାର ଲୋକେ । ସାଗରରେ ବାପଘରକୁ ଆସିବା ପରେ ନିଧି ପୂରା ଡିପ୍ରେସନକୁ ଚାଲିଯାଇଥିଲେ । ହେଲେ ତାଙ୍କ ପରିବାର ଲୋକଙ୍କ କାରଣରୁ ସେ ଏଭଳି ସ୍ଥିତିରୁ ଧିରେ ଧିରେ ବାହାରିବାକୁ ଲାଗିଥିଲେ । ସ୍ୱାମୀଙ୍କ ମୃତ୍ୟୁର ୫ ମାସ ପରେ ନିଧି ଏକ ପୁଅ ସନ୍ତାନ ଜନ୍ମ ଦେଇଥିଲେ । ଆଉ ପୁଅର ମୁହଁକୁ ଚାହିଁ ସେ ନିଷ୍ପତି ନେଇଥିଲେ କି ସେ ତାଙ୍କ ପୁଅକୁ କେବେ ମୁକେଶଙ୍କ ଅନୁପସ୍ଥିତିକୁ ଅନୁଭବ କରାଇଦେବେ ନାହିଁ ବୋଲି ।

ଏହାପରେ ନିଧି ପୁଅକୁ ବାପାଘରେ ଛାଡି ଇନ୍ଦୋର ଚାଲିଆସିଥିଲେ । ଯେଉଁଠି ସେ ମ୍ୟାନେଜମେଂଟରେ ଏମବିଏ କରିବା ପରେ ଦେଢ ବର୍ଷକାଳ ଏକ କଂପାନୀରେ କାମ କରିଥିଲେ । ଇନ୍ଦୋରରେ ସେନାର ଜଣେ ବରିଷ୍ଠ ଅଫିସରଙ୍କ ଠାରୁ ନିଧି ଜାଣିବାକୁ ପାଇଥିଲେ କି ସହିଦ ସେନାଙ୍କ ପତ୍ନୀଙ୍କୁ ସେନାରେ ନିଯୁକ୍ତି ନେଇ ବ୍ୟବସ୍ଥା ରହିଛି । ଏହାପରେ ନିଧି ଏସଏସବି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ନିଧି ଜୁନ ୨୦୧୪ରେ ଏସଏସବିର ପ୍ରଥମ ପରୀକ୍ଷାରେ ଲାଷ୍ଟ ରାଉଣ୍ଡ ଯାଏ ପହଂଚିଥିଲେ ।

ତୃତୀୟ ଏବଂ ଚତୁର୍ଥ ପ୍ରୟାସରେ କନଫ୍ରେନ୍ସ ରାଉଣ୍ଡ ପର୍ଯ୍ୟନ୍ତ ପହଂଚିଥିଲେ, ହେଲେ ବାହାର ହୋଇଯାଥିଲେ । ମଇ ୨୦୧୬ରେ ନିଧିଙ୍କ ପାଇଁ ଏସଏସବିର ଶେଷ ସୁଯୋଗ ଥିଲା । ଆଉ ଶେଷରେ ନିଧିଙ୍କର କଠିନ ପରିଶ୍ରମ ଏବଂ ଧୌର୍ଯ୍ୟ ଶକ୍ତିର ସଠିକ୍ ପାରିଶ୍ରମିକ ମିଳିଥିଲା ଆଉ ସେ ପରୀକ୍ଷା ପାସ କରି ନିଜର ସ୍ୱପ୍ନକୁ ବାସ୍ତବରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ତେବେ ନିଧିଙ୍କର କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତିଙ୍କୁ ଶହେ ସଲାମ୍ ।