ଦିନେ ଟାୟାର ସଜାଡୁଥିଲେ, ଏବେ ଚଢୁଛନ୍ତି ଦେଢ କୋଟିର ଜାଗୁଆର । ଫ୍ୟାନ୍ସି ନମ୍ବର ପାଇଁ ଖର୍ଚ୍ଚ କଲେ ୧୬ ଲକ୍ଷ ଟଙ୍କା ।

74

ଯିଏ ଦିନେ ରାସ୍ତାକଡରେ ଗାଡିର ଚକା ପମ୍ପଚର ମାରୁଥିଲେ ଏବେ ଦେଢ କୋଟି ଟଙ୍କାର ଜାଗୁଆର କାରର ମାଲିକ ହେବା ସହ ନମ୍ବର ପ୍ଲେଟ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାକି ରାଜସ୍ଥାନର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଭିଆଇପି ନମ୍ବର । ଏହି ନମ୍ବରର ମୂଲ୍ୟ ଯାହା ରହିଛି ସେଥିରେ ଏକ ସିଡାନ କାର କିଣାଯାଇପାରିବ । ତେବେ କିଏ ଏହି ମୂଲ୍ୟବାନ କାରର ଧନୀ ମାଲିକ ? ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ମହଙ୍ଗା କାରର ମାଲିକ ହେଉଛନ୍ତି ଜଣେ ଗରିବ ବ୍ୟକ୍ତି ।

ତାଙ୍କ ନାମ ହେଉଛି ରାହୁଲ ତମେଜା । ମଧ୍ୟପ୍ରଦେଶ ନିବାସୀ ରାହୁଲ ନିଜ ଭାଇ ଓ ଭଉଣୀମାନଙ୍କ ସବୁଠାରୁ ସାନ ଅଟନ୍ତି । ତାଙ୍କ ପରିବାରରେ ତାଙ୍କ ଠାରୁ ବଡ ଚାରି ଜଣ ଭାଇଭଉଣୀ ଅଛନ୍ତି । ରାହୁଲଙ୍କର ବାପା ପମ୍ପଚର ଲଗାଇବା କାମ କରିଥାନ୍ତି । ଏବଂ ରାହୁଲ ଏଥିରେ ତାଙ୍କର ସାହାଯ୍ୟ କରୁଥିଲେ । ଏବଂ ପରେ ପରେ ରାହୁଲ ମଧ୍ୟ ଏହି କାମ କରିବା ଆରମ୍ଭ କରିଦେଇଥିଲେ ।
କିନ୍ତୁ ପରେ ଜୀବନରେ କିଛି ବଡ କରିବା ପାଇଁ ରାହୁଲ ନିଜ ଗାଁ ସିହୋର ଛାଡି ଜୟପୁର ଚାଲିଆସିଥିଲେ । ଏଠାରେ ଆସି ଛୋଟ ବଡ କାମ କରିବା ସହ ପାଠପଢା ଜାରି ରଖିଥିଲେ । ଗୁଡି ବିକ୍ରି କରିବା ଠାରୁ ଆରମ୍ଭ କରି ହୋଟେଲରେ କାମ କରିବା, ଖବରକାଗଜ ବାଣ୍ଟିବା ଏବଂ ହୋଲି, ଦୀପାବଳୀ ଭଳି ପର୍ବରେ ଷ୍ଟଲରେ ସାମଗ୍ରୀ ବିକ୍ରି କରୁଥିଲେ । ରାହୁଲ କହିବା ଅନୁଯାୟୀ କୌଣସି କାମ ଛୋଟ ବଡ ହୋଇନଥାଏ ।

କାମ କରିବା ସହ ରାହୁଲ କେବଳ ପାଠପଢା ଜାରି ରଖିନଥିଲେ ବରଂ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ଏହା ସହ ତାଙ୍କ ମଧ୍ୟରେ ସ୍ମାର୍ଟନେସ ଆସିବା ସହ ଜ୍ଞାନ ମଧ୍ୟ ବଢି ବଢି ଚାଲିଥିଲା । ଏହା ପରେ ସେ ମଡେଲିଙ୍ଗରେ ପ୍ରବେଶ କଲେ । ଏବଂ ସେଥିରେ ସଫଳତା ମଧ୍ୟ ପାଇଥିଲେ । ମଡେଲିଙ୍ଗ କରିବା ସହ ଷ୍ଟେଜ ଏବଂ ଇଭେଣ୍ଟସ ଅର୍ଗାନାଇଜ କରିବାର ମନ୍ତ୍ର ମଧ୍ୟ ଶିଖିଯାଇଥିଲେ । ଏହା ପରେ ସେ ଲାଇଭ କ୍ରିଏସନ ନାମରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଖୋଲିଥିଲେ । ଆଉ ଏହା ସହ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚଢି ଚାଲିଥିଲେ ।

ଏବେ ରାହୁଲଙ୍କ ପାଖରେ ଦେଢ କୋଟି ଟଙ୍କାର ଜାଗୁଆର ସହ ଅନ୍ୟ ବ୍ରାଣ୍ଡ ଏବଂ ଫିଚର୍ସର ତିନୋଟି ଦାମୀ ଗାଡି ରହିଛି । ତେବେ ପତ୍ୟେକଟି ଗାଡିର ନମ୍ବରପ୍ଲେଟ ସମାନ ରହିଛି । ସବୁ ଗାଡିର ନମ୍ବରପ୍ଲେଟରେ ନମ୍ବର ରହିଛି ୧ । ରାହୁଲଙ୍କୁ ଏହି ନମ୍ବର ପସନ୍ଦ ଅଟେ । ତେବେ ଦେଢ କୋଟି ଟଙ୍କାର ଏହି ଜାଗୁଆରର ନମ୍ବର ପ୍ଲେଟ ପାଇଁ ରାହୁଲ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ପଛାଇନାହାନ୍ତି ।