କ୍ୟାମେରାରେ କଏଦ ହେଲା କୁନି ଝିଅ ଓ ପୋଷା କୁକୁରର ଅତୁଳନୀୟ ମୁହୂର୍ତ୍ତ : ସମୁଦ୍ର ଲହଡିରେ ଭାସିଯାଉଛି ଭାବି ପାଣିରୁ ଟାଣି ଆଣିଲା କୁକୁର

44

ପଶୁପକ୍ଷୀଙ୍କ ତୁଳନାରେ କୁକୁରକୁ ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ଭାବେ ଜଣାଯାଇଥାଏ। ଶୁଙ୍ଘିଶୁଙ୍ଘି କେଉଁ ସ୍ଥାନରେ ବିପଦ ଅଛି କିମ୍ବା ଆଗକୁ କ’ଣ ବିପଦ ଆସୁଛି କୁକୁରମାନେ ଆଗେ ଜାଣି ନେଇ ଥାଆନ୍ତି। ଖାସ୍ ଏହି କାରଣରୁ ପୁଲିସ ବିଭାଗରେ କୁକୁରମାନଙ୍କ ଭର୍ତ୍ତି କରାଯାଇଛି। କୁକୁର ମଣିଷର ଜୀବନ ବଞ୍ଚାଇଥିବା ନେଇ ଅନେକ ଘଟଣା ରହିଛି । ତେବେ ନିକଟରେ ସମୁଦ୍ର ଲହଡିରେ ଭାସି ଯାଉଥିବା ଏକ ଶିଶୁକୁ ମୃତ୍ୟୁମୁଖରୁ କୁକୁର ବଞ୍ଚାଇ ଆଣିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।

କୁହାଯାଉଛି କି, ଗୋବିଲ-ସୁର-ମେର ନିକଟସ୍ଥ ଏକ ଶିଶୁ ସମୁଦ୍ର ଲହଡିରେ ତା’ ଜେଜେବାପା ସହ ଖେଳୁଥିଲା। ଏହି ସମୟରେ ଅନ୍ୟମନସ୍କତା ହେତୁ ଶିଶୁଟି ସମୁଦ୍ର ଲହଡିରେ ଭାସି ଯାଉଥିଲା। । ମାଲିକର ନାତୁଣୀ ସମୁଦ୍ରରେ ଭାସିଯାଉଥିବା ଦେଖି ପୋଷାକୁକୁର ସମୟ ବିଳମ୍ବ ନକରି ସମୁଦ୍ର ଭିତରକୁ ଲମ୍ଫ ମାରିଥିଲା। ଶିଶୁ ପିନ୍ଧିଥିବା ପୋଷାକୁ ଦାନ୍ତରେ ଧରି ଟାଣିଟାଣି କୂଳକୁ ନେଇ ଆସିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଅଗଷ୍ଟ ୩ରେ ଏହି ଭିଡିଓକୁ ସୋଶିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା।