ରାୟଗଡ଼ା ରେଳବାଇ ପୋଲିସର ମହାନତା : ଟଙ୍କା ବ୍ୟାଗ୍ ଉଦ୍ଧାର କରି ରେଳ ଯାତ୍ରୀଙ୍କୁ ଫେରାଇଲେ ୪ଲକ୍ଷ ୫୦ ହଜାର ଟଙ୍କା

362

କନକ ବ୍ୟୁରୋ : ରାୟଗଡ଼ା ରେଳବାଇ ପୋଲିସର ସହାନତା । ଟଙ୍କା ବ୍ୟାଗ୍ ଉଦ୍ଧାର କରି ରେଳ ଯାତ୍ରୀଙ୍କୁ ଫେରାଇଲେ ୪ଲକ୍ଷ ୫୦ ହଜାର ଟଙ୍କା । ଶେଖୟାସୁଦ୍ଧିନ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ବିଶାଖପାଟଣମରୁ ରାୟଗଡ଼ା ସମତା ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ଶେଖ୍ୟାସୁଦ୍ଧିନ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ । ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ୪ଲକ୍ଷ ୫୦ ହଜାର ଟଙ୍କା ସାଙ୍ଗରେ ଆଣିଥିଲେ ଶେଖ୍ୟାସୁଦ୍ଧିନ୍ । ତେବେ କୌଣସି କାରଣରୁ ଅନ୍ୟମନସ୍କ ହୋଇ ଟଙ୍କା ବ୍ୟାଗଟି ଟ୍ରେନରେ ଛାଡ଼ିଦେଇଥିଲେ ଶେଖ୍ୟାସୁଦ୍ଧିନ ।

ଷ୍ଟେସନରୁ କିଛି ବାଟ ଯିବା ପରେ ତାଙ୍କର ଟଙ୍କା ବ୍ୟାଗ୍ କଥା ମନେପଡ଼ିଥିଲା । ଏହା ପରେ ବ୍ୟସ୍ତ ବିବ୍ରତ ହୋଇ ସେ ରାୟଗଡ଼ା ଆରପିଏଫଙ୍କୁ ଅଭିଯୋଗ କରିଥିଲେ । ଆରପିଏଫ ଅଧିକାରୀ ଜଣଙ୍କ ଘଟଣା ସମ୍ପର୍କରେ ଜାଣିବା ପରେ ସିଙ୍ଗାପୁର ଷ୍ଟେସନ ଓ ଥେରୁବାଲି ମଧ୍ୟରେ ସେହି ବ୍ୟାଗଟିକୁ ଉଦ୍ଧାର କରି ଶେଖ୍ୟାସୁଦ୍ଧିନ୍କୁ ଫେରାଇଥିଲେ । ଟଙ୍କା ବ୍ୟାଗ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଆରପିଏଫଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।