ଯୌତୁକ ନେଲା ଜୀବନ ! ପୁରୀ ଜିଲ୍ଲା ବରାଙ୍ଗ ଗାଁରେ ବଧୂହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

45

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବରାଙ୍ଗ ଗାଁରେ ବଧୂ ହତ୍ୟା ଅଭିଯୋଗ । ପାରିବାରିକ କଳହରୁ ଜଣେ ବଧୂଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କୁନିଲତା ସାହୁ ।ସେ ଗତ ୨ ବର୍ଷ ତଳେ ବରାଙ୍ଗ ଗାଁର କାଳନ୍ଦୀ ସ୍ୱାଇଁଙ୍କୁ ବିବାହ କରିଥିଲେ ।

ତେବେ ବିବାହ ପରଠାରୁ ଶାଶୁଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇଆସୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି । କୁନିଲତାଙ୍କ ଶାଶୂ, ଶ୍ୱଶୁର ଓ ସ୍ୱାମୀ ମିଳିମିଶି କୁନିଲତାଙ୍କୁ ହତ୍ୟା କରିଥିବା ନେଇ ଅସ୍ତରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-