କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ନିଆରା ପ୍ରୟାସ୍ ! ବିବାହରେ ଉପହାର ବଦଳରେ ଅତିଥିଙ୍କୁ ରିଲିଫ ସାମଗ୍ରୀ ଆଣିବାକୁ କହିଲେ ନବ ଦମ୍ପତ୍ତି ।

159

କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ପାଇଁ ସାରା ଦେଶ ଏବେ ଚିନ୍ତାରେ । କେରଳକୁ ପୂର୍ବ ପରି ଗଢ଼ିବା ପାଇଁ ସାରା ଦେଶ ଏବେ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ତେବେ କେରଳରେ ଯେଉଁ ଲୋକମାନେ ବନ୍ୟାର ସାମ୍ନା କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଏକ ନବଦମ୍ପତି ।

ସୂଚନା ମୁତାବକ, ଅଗଷ୍ଟ ୧୭ରେ କେରଳରେ ବନ୍ୟାର ପ୍ରଭାବ ପଡ଼ି ନ ଥିବା ବଜହୁଥାକାଣ୍ଡ ନାମକ ଏକ ଅଞ୍ଚଳରେ ଶରତ ଏସ୍ ନାୟର ଏବଂ ଶ୍ରଦ୍ଧା ଥମ୍ପି ବିବାହ କରିଥିଲେ । ନିଜ ରାଜ୍ୟର ଅନେକ ଭାଗରେ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବାରୁ ସେମାନେ ନିଜ ବିବାହକୁ ଜାକଜମକରେ ନ କରିବା ସହ ଅତିଥିମାନଙ୍କୁ ଉପହାର ଆକାରରେ ରିଲିଫ୍ ସାମଗ୍ରୀ ଆଣିବାକୁ କହିଥିଲେ । ଏ ନେଇ ବିବାହ ପୂର୍ବ ଦିନ ଅତିଥିମାନଙ୍କର ଏକ ହ୍ୱାଟ୍ସଆପ ଗ୍ରୁପ୍ ତିଆରି କରିଏହି ସୂଚନା ଦେଇଥିଲେ ଶରତ ଏବଂ ଶ୍ରଦ୍ଧା । ବିବାହ ପରେ ଦିନ ଆସିଥିବା ଅତିଥି ଉପହାରରେ ପିଇବା ପାଣି,କପଡ଼ା,ଖାଇବା,ଔଷଧ,ଚାଉଳ ଏବଂ କିଛି ଟଙ୍କା ଉପହାରରେ ଦେଇଥିଲେ । ଯାହାକୁ ପରେ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କୁ ପଠାଇ ଦିଆ ଯାଇଥିଲା । ଏହି ଖବର ପ୍ରସାର ହେବା ପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି ଏହି ଯୋଡ଼ି ।