କୁହୁଡି ଭିତରେ ମଧ୍ୟ ହୋଇପାରିବ ବିମାନର ସୁରକ୍ଷିତ ଅବତରଣ : ଲାଗିବ ଏହି ସିଷ୍ଟମ, କମିବ ଦୁର୍ଘଟଣା

37

ଦେବୀ ଅହଲ୍ୟାବାଇ ହୋଲକର ଏୟାରପୋର୍ଟରେ ଏବେ କୁହୁଡି ଥିବା ସମୟରେ ବିମାନର ସୁରକ୍ଷିତ ଅବତରଣ ହୋଇପାରିବ । ଏୟାରେପୋର୍ଟରେ ଶୀଘ୍ର ହିଁ ଅଟୋମେଟିକ୍ ଡିପେଣ୍ଡେଣ୍ଟ ସର୍ଭିଲାନ୍ସ ବ୍ରୋଡକାଷ୍ଟ(ଏଡିଏସବି) ସିଷ୍ଟମ ଲଗାଯିବ । ଏହା ଦ୍ୱାରା ପାଇଲଟ୍ ଓ ଏଟିସି ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହୋଇପାରିବ । ଏହା ବ୍ୟତୀତ ବଡ ଏୟାରପୋର୍ଟ ଅନୁସାରେ, ସାରା ଦେଶରେ ଉଡୁଥିବା ବିମାନ ଗୁଡିକର ଲୋକେସନ୍ ଇନ୍ଦୋର ଏୟାରପୋର୍ଟରେ ଦେଖିହେବ ।

ଏମିତି କାମ କରିବ ଏଡିଏସବି : ଏଭିଏସନ୍ ଏକ୍ସପର୍ଟଙ୍କ ମୁତାବକ, ଏଡିଏସବି ସିଷ୍ଟମରେ ଇଲେକ୍ଟ୍ରୋମ୍ୟାଗ୍ନେଟିଭ ୱେବ ବିମାନ ସହିତ ଧକ୍କା ଖାଏ ଓ ଜିପିଏସର ସହାୟତାରେ ବିମାନର ସଠିକ୍ ସ୍ଥିତି ଏଟିସି ସ୍କ୍ରିନ୍ ରେ ଦେଖିବାକୁ ମିଳେ । ଏହାପରେ ବିମାନର ସଠିକ୍ ଭାବରେ ଅବତରଣ ବି ହୋଇଯାଏ । ଲ୍ୟାଡିଙ୍ଗ ଓ ଟେକ୍ ଅଫ୍ ସମୟରେ ୭-୧୦ ମିନିଟ୍ ସମୟ ବଂଚିଯାଏ । ଡିଜିସିଏ ଭାରତୀୟ ଏୟାରପୋର୍ଟରେ ଲାଗିଥିବା ସିଷ୍ଟମ ସହିତ ବିମାନରେ ବି ଏଡିଏବି ସିଷ୍ଟମ ଲଗାଇବା ଅନିର୍ବାର୍ଯ୍ୟ କରିଛି । ଏଡିଏସବି ସିଷ୍ଟମ ବହୁତ ମହଙ୍ଗା ଆସେ ।