ପୁଣି ଥରେ ବିବାହ କରିପାରନ୍ତି ଋଷିଆ ରାଷ୍ଟ୍ରପତି । ବିବାହକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ

210

କନକ ବ୍ୟୁରୋ : ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ବିବାହ କରିପାରନ୍ତି ୬୬ ବର୍ଷିୟ ପୁତିନ । ରାଜଧାନୀ ମସ୍କୋଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନେ ଏପରି ପ୍ରଶ୍ନ କରିଥିଲେ । ତେବେ ସେମାନଙ୍କୁ ଉତ୍ତର ଦେଇ ଥିଲେ ପୁତିନ । ଅବଶ୍ୟ ସିଧାସଳଖ ଭାବରେ କୌଣସି କଥା କହିନଥିଲେ ବି ବିବାହର ସଙ୍କେତ ଦେଇଛନ୍ତି ପୁତିନ । ପୂର୍ବରୁ ପୁତିନ ବିବାହ କରିଛନ୍ତି । ତାଙ୍କର ୩୨ ଓ ୩୩ ବର୍ଷିୟ ୨ ଝିଅ ମଧ୍ୟ ରହିଛନ୍ତି ।

 

ପୁତିନ ନିଜ ପରିବାର ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ କରିବା ପାଇଁ ଇଚ୍ଛା କରନ୍ତି ନାହିଁ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରୁ ସୂଚନା ମିଳିଛି ଯେ, ଋଷିଆର ଆଲିନା ନାମକ ଜଣେ ଯୁବତୀଙ୍କୁ ପୁତିନ ବିବାହ କରିପାରନ୍ତି । ଉଭୟଙ୍କ ମଧ୍ୟରେ ୩୦ ରୁ ଅଧିକ ବର୍ଷ ଫରକ ଥିଲେ ବି ଆଲିନା ଋଷିଆର ପ୍ରଥମ ମହିଳା ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ୬୬ ବର୍ଷରେ ପୁଣି ଥରେ ବାହାଘର ହେଉଥିବାରୁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିଛି ।