ପୁଣି ରାନସମୱେର ଭାଇରସ୍ ଆତଙ୍କ ! ଦେଶର ସବୁଠୁ ବଡ ପୋର୍ଟ ଟ୍ରଷ୍ଟ ହେଲା ଅଚଳ

26

କନକ ବ୍ୟୁରୋ: ପୁଣି ଦେଖାଦେଇଛି ଭାଇରସ୍ ରାନସମୱେର ଆତଙ୍କ । ସମଗ୍ର ବିଶ୍ୱରେ ଏହି ଭାଇରସ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ଦେଶର ସବୁଠାରୁ ବଡ ପୋର୍ଟ ଟ୍ରଷ୍ଟ ‘ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ’ରେ ଭାଇରସ୍ ଆଟାକ୍ ଯୋଗୁଁ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ପୋର୍ଟ ଟ୍ରଷ୍ଟର ସିଷ୍ଟମ ଏହି ଭାଇରସ୍ ଯୋଗୁଁ ଠପ ହୋଇଯାଇଛି ।

ଜେଏନପିଟିରେ ୟୁରୋପର ବଡ କଂପାନୀ ‘ଏପ ମାଲର ର୍ମସ୍କ ଗେଟୱେ’ ଭାବେ କାମ କରୁଛି । ଜେଏନପିଟିରେ ପ୍ରାୟ ୧୮ଲକ୍ଷ କଂଟେନରର ଅପରେଟ୍ କରୁଥିବା ଏହି କଂପାନୀ ରେନସମୱେର ଭାଇରସରେ ପ୍ରଭାବିତ ହୋଇଛି । ତେଣୁ ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟର କାମ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସଫ୍ଟୱେରକୁ ପ୍ରଭାବିତ କରୁଥିବା ରେନସମୱେର ଭାଇରସ୍ ଜରିଆରେ ଏବେ ବିଶ୍ୱର ନାମୀଦାମୀ କଂପାନୀ ଓ ସରକାରୀ ୱେବସାଇଟକୁ ଟାର୍ଗେଟ କରି ସାଇବର ହମଲା କରାଯାଉଛି ।