ରହସ୍ୟମୟ କୂଅର ରୋଚକ ତଥ୍ୟ ! କୂଅର ପାଣି କରୁଛି ପଥର

73

ଦୁନିଆ ରହସ୍ୟମୟ, ଏହି ରହସ୍ୟମୟ ଦୁନିଆରେ କିଛି ନା କିଛି ରହସ୍ୟ ଏବଂ ରୋମାଂଚଭରା ତଥ୍ୟ ସବୁ ରହିଛି । କିଛି ସ୍ଥାନକୁ ନେଇ ଏମିତି କିଛି ଖବର ରହିଛି, ଯାହାକୁ ଶୁଣିଲେ ଆଜି’ବି ମନ ମଧ୍ୟରେ ଭୟ ସଂଚାର ହୋଇଥାଏ । ଲୋକକଥା ଏଭଳି ରହିଛି ଯେ ଏହି ରହସ୍ୟମୟ କୂଅରେ ଯିଏ ବି ପଡିଛି, ସେ ପଥର ହୋଇଯାଇଛି । ଏମିତି ଏକ ରୋମାଂଚକର ଖବର ଦୈନିକ ଖବର କାଗଜ “ଅମର –ଉଜାଲା’ରେ ପ୍ରକାଶିତ ହୋଇଛି ।

ଇଂଲଣ୍ଡର ନ୍ୟୁର୍ଜବରୋରେ ଅବସ୍ଥିତ ଏହି କୂଅକୁ ସେଠିକାର ସ୍ଥାନୀୟ ଲୋକ ଦୈତଙ୍କ କୂଅ ବୋଲି ମାନିଥାନ୍ତି । ଲୋକଙ୍କ କହିବା ହିସାବରେ ଏହି କୂଅରେ ପଡୁଥିବା କାଠ, ପଥର, ଜୀବଜନ୍ତୁ ସବୁ ପାଣିରେ ପଡିବା ମାତ୍ରେ ପଥର ପାଲଟିଯାଇଥାନ୍ତି । ନଦୀକୂଳରେ ଅବସ୍ଥିତ ଏହି କୂଅ ପାଖକୁ ସାଧାରଣ ଲୋକ ଯିବାପାଇଁ ଭୟ ପାଇଥାନ୍ତି ।

ଏଡଭେନଚର୍ ଟ୍ରିପରେ ଯାଉଥିବା ଲୋକ ଏଇଠି ନିଜର କିଛି ଜିନିଷ ଛାଡି ଯାଆନ୍ତି, ଏବଂ କିଛି ସପ୍ତାହ ପରେ ତାଙ୍କ ଜିନିଷ ପଥରରେ ପରିଣତ ହୋଇଯାଇଥାଏ । ଲୋକମାନେ ତାଙ୍କ ଜିନିଷପତ୍ରକୁ ଦେଖିବାକୁ ଆସିଥାନ୍ତି । ଏହି ଯାଗାରେ ଆଜି ବି ୧୮୦୦ ଶତାଦ୍ଦୀର ଜିନିଷ ସବୁ ଦେଖିବାକୁ ମିଳିଥାଏ ।

ଟେଡି ବିୟର, ସାଇକେଲ. କ୍ୟାଟଲି ଆଦି ଜିନିଷ ସମ୍ପୂର୍ଣ୍ଣ ଭାବରେ ପଥରରେ ପରିଣତ ହୋଇସାରିଲାଣି । ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ପାଇସାରିଛି । ବର୍ତମାନ ପରିସ୍ଥିତିରେ ଲୋକମାନେ ଏହି ଯାଗାକୁ ବୁଲିବାକୁ ଆସିଲେ ନିଜର କିଛି ଜିନିଷକୁ ଏଇଠି ଟାଙ୍ଗି ଦେଇ ଯାଇଥାନ୍ତି, ଯାହାକି ପରେ ପଥରରେ ରୂପାନ୍ତରିତ ହେବାର ସେମାନେ ଦେଖିବାକୁ ପାଇବେ ।