ଏକ ଅଦ୍ଭୁତ ପଥର : ଯାହାକୁ କାଟିଲେ ବାହାରେ ରକ୍ତ

40

ଦୁନିଆଁରେ ଅନେକ ପ୍ରକାର ପଥର ଦେଖିବାକୁ ମିଳେ । ସମସ୍ତେ ଜାଣନ୍ତି ପଥର ନିର୍ଜୀବ ବା ତାର ଜୀବନ ନାହିଁ । । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ପଥରକୁ କାଟିଲେ ରକ୍ତ ବାହାରେ । ଏ କଥା ବିଶ୍ୱାସ ନହେଲେ ବି ସତ । ଏମିତ ଏକ ଅଦ୍ଭୁତ ପଥର ଅଛି ଯାହା ଦେହରୁ କେବଳ ରକ୍ତ ବାହାରୁଛି ତା ନୁହଁ ଏଇ ପଥରର ମାଂସ ମଧ୍ୟ ଖୁବ ଉଚ୍ଚା ଦାମରେ ବିକ୍ରୀ ହେଉଛି ବୋଲି ଜଣାପଡିଛି । ଦୈ÷ନିକ ଜାଗରଣରେ ପ୍ରକାଶିତ ଏପରି ଖବର ଏବେ ଚର୍ଚ୍ଚାରେ ।

ଚିଲି ଓ ପେରୁର ସାମୁଦ୍ରିକ ଅଂଚଳରେ ଏଇ ପ୍ରକାରର ବିରଳ ପଥର ଦେଖିବାକୁ ମିଳିଥାଏ । ଏଇ ପଥରକୁ ପ୍ୟୁରା ଚିଲେନସିସ ନାମରେ ନାମିତ କରା ଯାଇଛି । ଉପରୁ ଶକ୍ତ ଦେଖା ଯାଉଥିବା ଏଇ ପଥର ଭିତରୁ କିନ୍ତୁ ଖୁବ ନରମ । ଏପରି ବିରଳ ପଥରକୁ ପାଇବା ପାଇଁ ଲୋକମାନେ ସମୁଦ୍ରର ଗଭୀର ଅଞ୍ଚଳକୁ ଯାଆନ୍ତି । କାରଣ ଏଇ ବିରଳ ପଥରରୁ ମିଳୁଥିବା ମାଂସ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏଇ ପଥରରୁ ମାଂସ କାଢିବା ପାଇଁ ଧାରୁଆ ଛୁରୀ ବ୍ୟବହାର କରାଯାଏ ।

ଏଇ ବିରଳ ପଥରରର ମାଂସକୁ ଲେକେ କଞ୍ଚା ଖାଇବା ପାଇଁ ପସନ୍ଦ କରନ୍ତି । ପ୍ରକୃତରେ ଏଇ ପଥର ଏକ ପ୍ରକାର ସାମୁଦ୍ରିକ ଜୀବ , ଯିଏକି ନିଶ୍ୱାସ ପ୍ରଶ୍ୱାସ ନେବା ସହ ଖାଦ୍ୟ ମଧ୍ୟ ଗ୍ରହଣ କରିଥାଏ । ଲିଙ୍ଗ ବଦଳାଇବାର କ୍ଷମତା ଯୋଗୁଁ ଛୁଆମଧ୍ୟ ଜନ୍ମ କରିପାରେ ଏ ପଥର ।