ସାଟେଲାଇଟ୍ ସାଜିବ ଯବାନଙ୍କ ରକ୍ଷକ ! ୬୦୦ କି.ମି ଦୂରରେ ରହି ମାଟି ଭିତରର ବିସ୍ଫୋଟକକୁ ଚିହ୍ନିବାରେ ହେବ ସକ୍ଷମ ।

127

ଭାରତର ଆର୍ଥ ଅବଜରଭେସନ୍ ସାଟେଲାଇଟ୍ HysIS (Hyperspectral Imaging Satellite) କୁ PSLV ତରଫରୁ ଗୁରୁବାର ଲଞ୍ଚ୍ କରି ଦିଆଯାଇଛି । ଏହି ସାଟେଲାଇଟ୍ ର ଖାସ୍ କଥା ହେଉଛି ଏହା ୬୦୦ କି.ମି ଦୂରରେ ରହି ମାଟି ତଳେ କେଉଁ ସ୍ଥାନରେ ଲ୍ୟାଣ୍ଡମାଇନ୍ ପୋତା ଯାଇଛି ତାହା ଜାଣିପାରିବ । ଏହାର କ୍ୟାମେରା ଏତେ ଶକ୍ତିଶାଳୀ ଯେ କେବଳ ସମତଳ ସ୍ଥାନ ନୁହଁ କାଦୁଅ ତଥା ବରଫାଞ୍ଚଳରେ ଥିବା ଟାୟାର୍ ଚିହ୍ନକୁ ମଧ୍ୟ ଏହା ଚିହ୍ନିପାରିବ ।

ଉନ୍ନତ ଧରଣର ସୂକ୍ଷ୍ମ କ୍ୟାମେରା ଲାଗିଥିବା ଏହି ସାଟେଲାଇଟ୍ ଢେଉ ସଦୃଶ ଭୂମି ଉପରେ ନଜର ରଖିଥାଏ । ମାଟି ଭିତରେ ୫ ସେ.ମି. ଭିତରର ଖବର ସାଟେଲାଇଟ୍ ଜାଣିପାରିବ । ଏହି HysIS କ୍ୟାମେରା ଆଖିକୁ ଦେଖାଯିବା ସହ ଏହାର ଲେନ୍ଥ ୪୦୦ ରୁ ୧୪୦୦ ନାନୋ ମିଟର ଏବଂ ସର୍ଟୱେଭ୍ ଲେନ୍ଥରେ ୧୪୦୦ ରୁ ୩୦୦୦ ନାନୋ ମିଟରରେ ଲ୍ୟାଣ୍ଡମାଇନ୍ କୁ ଫ୍ୟୁଜ୍ କରିବାରେ ସାହାସ ରଖୁଛି ।

ଇସ୍ରୋ ଚେୟାରମ୍ୟାନ୍ ଏ.ଏସ୍ କିରଣ କୁମାରଙ୍କ କହିବାନୁସାରେ , ସାଧାରଣ ମନୁଷ୍ୟର ଆଖି କେବଳ ସବୁଜ,ନୀଳ,ନାଲି ରଙ୍ଗର ମିଶ୍ରଣକୁ ଦେଖିପାରେ । କିନ୍ତୁ ଏହି କ୍ୟାମେରାରେ ପ୍ରତ୍ୟେକଟି ରଙ୍ଗକୁ ଚିହ୍ନିବାରେ ସକ୍ଷମ । ବିଶ୍ୱରେ ୫୫ ଟି ରଙ୍ଗ ରହିଛି ଯାହା ମନୁଷ୍ୟ ପାଖରେ ଚିହ୍ନିବା କଷ୍ଟକର କିନ୍ତୁ ଏହି କ୍ୟାମେରା ପାଖରେ ଏହା ସମ୍ଭବ ହୋଇପାରିଛି । କେବଳ ଏତିକି ନୁହଁ ମୃତ ଗଛ ଏବଂ ଜୀବିତ ଗଛକୁ ଚିହ୍ନି ଏଥିରେ ଥିବା ବିପଦକୁ ମଧ୍ୟ ସାଟେଲାଇଟ୍ ଚିହ୍ନିପାରିବ । ତେବେ ଏହି ସାଟେଲାଇଟ୍ ର ଗୋଟିଏ ଅବକାରୀ ଗୁଣ ହେଉଛି ଏହା ଅନ୍ଧାର ଅର୍ଥାତ୍ ରାତି ସମୟରେ ଦେଖାଯାଏ ନାହିଁ ।

ଉପକୂଳ ଅଧିବାସୀ ପାଇଁ ଏହାର ସକାରାତ୍ମକ ପ୍ରଭାବ ରହିଛି । ଏଥିରେ ପାଣିର ଶୁଦ୍ଧତା ଜଣାପଡିବା ସହ ମାଟି ଏବଂ ଜମିର ଉକୃଷ୍ଟତା ମଧ୍ୟ ଜଣାପଡେ । ଇସ୍ରୋ କହିବା ମୁତାବକ ଏହାକୁ ପ୍ରଥମଥର ପାଇଁ ୨୦୦୮ ମସିହାରେ ଏକ୍ସପେରିମେଣ୍ଟ୍ କରାଯାଇଥିଲା । ଏହି ସାଟେଲାଇଟ୍ ର ହୃଦୟ କୁହାଯାଉଥିବା ଚିପ୍ କୁ ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟର ,ଅହମ୍ମଦାବାଦରେ ପ୍ରସ୍ତୁତ କରାଯାଇଛି ।