ବିଏମସିର ତେଲେଙ୍ଗାନା ଷ୍ଟାଇଲ୍…ପ୍ଲାଷ୍ଟିକ ଦିଅ ମାଗଣା ମିଲ୍ ଖାଅ…ଅଧ କେଜି ପ୍ଲାଷ୍ଟିକ ଦେଲେ ମିଳିବ ଗୋଟେ ଆହାର ମିଲ୍

406

କନକ ବ୍ୟୁରୋ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଦଳରେ ମିଳିବ ଆହାର । ଅଧ କେଜି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନେଇ ଆସିଲେ ଆହାର କେନ୍ଦ୍ରରେ ଜଣଙ୍କୁ ମିଳିବ ଆହାର । ବିଏମସି, ୟୁଏନଡିପି ଏବଂ ଟଚ ଷ୍ଟୋନ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଏମସି ଅଧୀନରେ ରହିଥିବା ୧୧ଟି ଆହାର କେନ୍ଦ୍ରରେ ଏହିପରି ଆହାର ବଂଟନ କରାଯାଉଛି । ସକାଳ ୧୦ଟା ୪୫ମିନିଟରେ ବିମଏସି କାର୍ଯ୍ୟାଳୟ ନିକଟରେ ଥିବା ସାହାରା ସେଂଟରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପରେ ବାକି ସେଂଟର ଗୁଡିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଦଳରେ ଆହାର ମିଳିବାର କାର୍ଯ୍ୟକ୍ରମ ରହିଛି ।

ବିଏମସିର ଯୋଜନା ଅନୁସାରେ , ଆଜିଠାରୁ ‘ମିଲ୍ ଫର୍ ପ୍ଲାଷ୍ଟିକ୍’ ଶୁଭାରମ୍ଭ କରାଯିବ । ଏଥିରେ ଯେ କେହି ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରି ଆହାର କେନ୍ଦ୍ରରେ ଜମା କରିବେ, ତାଙ୍କୁ ମାଗଣାରେ ମିଲ୍ ଖାଇବାକୁ ଦିଆଯିବ । ଅଧ କିଲୋ ପ୍ଲାଷ୍ଟିକ୍ ପାଇଁ ଗୋଟିଏ ମିଲ୍ ମିଳିବ । ଏଥିପାଇଁ ଜଣକୁ ଗୋଟିଏ କୁପନ୍ ଦିଆଯିବ । ତେବେ ଦିନକୁ ଜଣେ ସର୍ବାଧିକ ଏକ କିଲୋଗ୍ରାମ ପ୍ଲାଷ୍ଟିକ ଆହାର କେନ୍ଦ୍ରରେ ଦେଇପାରିବେ । ଏକ କେଜି ପ୍ଲାଷ୍ଟିକରୁ ଅଧିକ ପ୍ଲାଷ୍ଟିକ ଗ୍ରହଣ କରାଯିବନି । ତେବେ ସହର ପରିବେଶ ପାଇଁ ସାଂଘାତିକ ବିପଦ ଡାକି ଆଣୁଥିବା ଏହି ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବାକୁ ବିଏମସି ପକ୍ଷରୁ ଏଭଳି ନୂଆ ଅଭିଯାନ ହାତକୁ ନିଆଯାଇଛି ।

ପୂର୍ବରୁ ତେଲେଙ୍ଗାନାରେ କେଜିଏ ପ୍ଲାଷ୍ଟିକ ବର୍ଜ୍ୟ ବଦଳରେ କେଜିଏ ଚାଉଳ ଭଳି ଏଭଳି ଅଭିନବ ପଦକ୍ଷେପ ଆରମ୍ଭ ହୋଇିସାରିଛି ଆଉ ତେଲେଙ୍ଗାନାର ଏହି ମଡେଲ ଢାଞ୍ଚାରେ ଏବେ ବିଏମସି ୟୁଏନଡିପି ଓ ଟଚଷ୍ଟୋନ ଫାଉଣ୍ଡେସନ ସହ ମିଶି ମିଲ୍ ଫର୍ ପ୍ଲାଷ୍ଟିକ୍ ଅଭିଯାନ ଆରମ୍ଭ କରିଛି । କରୁଛି ।ଏହାସହ କ୍ୟାପିଟାଲ ହସ୍ପିଟାଲ ପରିସରରରେ ଥିବା ଆହାର କେନ୍ଦ୍ର, ସମ୍ ହସ୍ପିଟାଲ ପାଖ , କଳିଙ୍ଗ ହସ୍ପିଟାଲ ପାଖ, ନୂଆପଲ୍ଲୀ, ରସୁଲଗଡ, ଏମସ୍ ପାଖରେ ଦୁଇଟି ଆହାର କେନ୍ଦ୍ର, ମାଷ୍ଟରକ୍ୟାଣ୍ଟିନ୍ ସିଟି ବସ୍ଷ୍ଟାଣ୍ଡ ପାଖ, ବରମୁଣ୍ଡା ବସଷ୍ଟାଣ୍ଡ ପରିସର ଓ ୟୁନିଟ-୨ ମାର୍କେଟ ବିଲ୍ଡିଂ ପାଖ ଭଳି ସହରର ମୋଟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ୍ ବଦଳରେ ମାଗଣା ଆହାର ମିଲ ଲୋକଙ୍କୁ ଯୋଗାଇ ଦିଆଯିବ ।