ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା ! କଟା ହାତରେ ଘଂଟାପ୍ରତି ୧୦୦କିମି ବେଗରେ ବାଇକ୍ ଚଳାଇପାରନ୍ତି ପଶ୍ଚିମବଙ୍ଗର ଝୁଣ୍ଟୁ ଚାଟାର୍ଜୀ

95

ଟ୍ରେନ ଷ୍ଟେସନ ହେଉ କି ବସଷ୍ଟାଣ୍ଡ ସବୁଠି ଭିକାରି ମାଳ ମାଳ । ହାତଗୋଇ ଥାଇ କହିବାକୁ ଗଲେ ସକ୍ଷମ ହୋଇ ମଧ୍ୟ ଲୋକେ ଭିକ ମାଗୁଛନ୍ତି । କିନ୍ତୁ ଅକ୍ଷମ ହୋଇବି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜେ କାମ ନିଜେ କରିବା ପାଇଁ ପସନ୍ଦ କରନ୍ତି । ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । କଥାରେ ଅଛି ପଙ୍ଗୁ ଲଙ୍ଘେ ଗିରି । ଆଉ ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ପଶ୍ଚିମବଙ୍ଗର ଝୁଣ୍ଟୁ ଚାଟାର୍ଜୀ । ଅକ୍ଷମତା ଅଗରେ ହାନ ନମାନି ମନକୁ ଦୃଢ଼ କରି ଆଗେଇ ଚାଲିଛନ୍ତି । ଝୁଣ୍ଟୁ ଚାଟାର୍ଜୀଙ୍କର ଡାହାଣ ହାତ କାଟିଦିଆଯାଇଛି । କିନ୍ତୁ ତଥାପି ହାତ ନଥାଇ ମଧ୍ୟ ସେ ଘଂଟା ପ୍ରତି ୧୦୦କିମି ବେଗରେ ବାଇକ ଚଲାଇପାରୁଛି । କଥାଟା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ । ଆପଣ ଭାବୁଥିବେ ଜଣେ ମଣିଷର ଗୋଟେ ହାତ ନଥାଇ ସେ କିପରି ବାଇକ ଚଲାଉଛି ।

ପଶ୍ଚିମବଙ୍ଗର ପୁରୁଲିଆର ପାଂଚା ଗ୍ରାମର ଝୁଣ୍ଟୁ ଚାଟାର୍ଜୀ । ଝୁଣ୍ଟୁଙ୍କୁ ଦେଖିଲେ ଯେକେହି ତାଙ୍କର ପ୍ରଶସାଂ କରିବ । ଡାହଣ ହାତ ନଥିବା ସତ୍ୱେ ଝୁଣ୍ଟୁଙ୍କ ବାଇକ ଚାଳନା ଦେଖି ସମସ୍ତେ ଆଶ୍ୱର୍ଯ୍ୟ ହୋଇଯାଆନ୍ତି । ଗୋଟିଏ ହାତ ହରାଇଥିଲେ ବି ଦ୍ରୁତ ବେଗରେ ବାଇକ ଚଲାବ ପାରନ୍ତି ଝୁଣ୍ଟୁ । ଝୁଣ୍ଟୁଙ୍କର ଡାହାର ହାତ କାଟି ଦିଆଯାଇଛି । ଆଉ ଏହି କଟା ହାତକୁ ନିଜର ଶକ୍ତି ମନେକରି ସେ ବାଇକ ଚଲାନ୍ତି । ଝୁଣ୍ଟୁ ବାଇକ ଚଲାଇଲା ବେଳେ ଏକ ତାର ବାନ୍ଧି ଚଲାଇଥାନ୍ତି । ଏକ ଦୁର୍ଘଟଣାରେ ଝୁଣ୍ଟୁ ଡାହଣ ହାତ ହରାଇଥିଲେ । ଏହା ବ୍ୟତୀତ ତାଙ୍କର ଏକ କିଡନୀ ବି ନାହିଁ । ତାଙ୍କ ଝିଅର କିଡନୀ ଖରାପ ହେବାରୁ ସେ ତାଙ୍କ କିଡନୀ ଦେଇ ଦେଇଥିଲେ ।

ଝୁଂଟୁ ଏତେ ଦୁଃଖରେ କେବେ ହାରି ଯାଇନାହାନ୍ତି । ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି ଅକ୍ଷମତାକୁ ଚ୍ୟାଲେଜକୁ ଭାବେ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରରଣା ପାଲଟିଯାଇଛନ୍ତି । ଦୁର୍ଘଟଣାରେ ଗୋଟିଏ ହାତ ହରାଇବା ପରେ କେହି ବି ଭାବି ନଥିଲେ ଯେ ସେ ବାଇକ ଚଲାଇ ପାରିବେ । ସେ ଏକ୍ସଲଟେରରେ ଏକ ତାର ଟାଣି ନିଜ ବାହୁରେ ବାନ୍ଧି ବାଇକ ଚଳାନ୍ତି । ତେବେ କେବଳ ଯେ ବାଇକ୍ ଚଳାନ୍ତି , ତା’ନୁହେଁ ନିଜର ସମସ୍ତ କାମ ଝୁଂଟୁ ନିଜେ କରିବା ପାଇଁ ପସନ୍ଦ କରନ୍ତି । ତେବେ ତାଙ୍କର ଏପରି କାମ ଯୋଗୁଁ ଦିବ୍ୟାଙ୍କ ମାନଙ୍କୁ ନିଶ୍ଚିତ ପ୍ରେରଣା ମିଳିବ ।