ଦିନେ ପ୍ଲେନରେ ସଫା କରୁଥିଲେ ଟଏଲେଟ ! ଆଜି ନିଜ ଚେଷ୍ଟା ବଳରେ ହୋଇପାରିଛନ୍ତି ଏୟାରଲାଇନ୍ସର ମାଲିକ ।

60

ବ୍ରିଟେନର ଜଣେ ବ୍ୟକ୍ତି ସଫଳତାର ଏକ ନୂଆ ଅଧ୍ୟାୟ ଲେଖିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଏକ ସମୟରେ ପ୍ଲେନରେ ଟଏଲେଟ ସଫା କରୁଥିଲେ, କିନ୍ତୁ ଏବେ ସେ ନିଜର ଏକ ନୂଆ ଏୟାରଲାଇନ୍ସ ଲଞ୍ଚ କରିବାକୁ ଯାଉଛନ୍ତି । ଲଣ୍ଡନରେ ରହୁଥିବା ଏହି ବ୍ୟକ୍ତିଙ୍କର ନାମ କାଜି ରେହମାନ ଅଟେ । କାଜି ରେହମାନ ନିଜକୁ ହଲାଲ ରିଚାର୍ଡ ବ୍ରେନସନ କହିଥାନ୍ତି । କାଜି ରେହମାନଙ୍କର ଏୟାରଲାଇନ୍ସର ନାମ ଫିରନାସ ଏୟାରୱେଜ ରହିଛି ।

ନିଜର ପ୍ରଥମ ଉଡାଣ ସହ ଫିରନାସ ଏୟାରୱେଜ ବ୍ରିଟେନର ଶରିୟତ ଆଇନ ଅନୁଯାୟୀ ଚାଲୁଥିବା ପ୍ରଥମ ଏୟାରଲାଇନ୍ସ ଅଟେ । ଅର୍ଥାତ ଏହି ଏୟାରଲାଇନ୍ସରେ ଇସଲାମର କାନୁନ ଅନୁଯାୟୀ ଆପଣଙ୍କୁ ସୁବିଧା ମିଳିବ । ଏହି ଏୟାରଲାଇନ୍ସରେ ଆପଣ ମଦ୍ୟପାନ କରିପାରିବେ ନାହିଁ । ବାଲାଂଦେଶର ଏହି ବ୍ୟକ୍ତି କାଜି ରେହମାନଙ୍କ ଜୀବନ ଉପରେ ଚ୍ୟାନେଲ ୪ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଛି । ତେବେ ଭବିଷ୍ୟତରେ ୟୁଏଇ, ପାକିସ୍ତାନ ଏବଂ ବାଲାଂଦେଶ ପାଇଁ ଏୟାରଲାଇନ୍ସ ସର୍ଭିସ ଦେବା ନେଇ ସେ ଯୋଜନା ରଖିଛନ୍ତି ।

୩୨ ବର୍ଷୀୟ କାଜି ରେହମାନ ନିଜ ପରିବାର ସହ ୧୧ ବର୍ଷ ବୟସରେ ୧୯୯୭ ମସିହାରେ ବ୍ରିଟେନ ଆସିଥିଲେ । ସେ ସ୍କୁଲରେ ପଢୁଥିବା ବେଳେ ଲଣ୍ଡନ ସିଟି ଏୟାରେପାର୍ଟରେ ଟଏଲେଟ କ୍ଲିନର ଭାବେ କାମ କରୁଥିଲେ । ନିଜ ଡକ୍ୟୁମେଣ୍ଟାରିରେ ସେ କହିଛନ୍ତି ଯେ, ଛୋଟ ଥିବା ବେଳ ଠାରୁ ହିଁ ତାଙ୍କ ମନରେ ଉଚ୍ଚ ଆଶା ରହିଥିଲା । ଏପରିକି ଟଏଲେଟ ସଫା କରିବା ପାଇଁ ମଧ୍ୟ ସେ ସୁଟ ପିନ୍ଧି ଯାଉଥିଲେ । କାଜି ରେହମାନଙ୍କ ସଫଳତା ତାଙ୍କ ପରଫ୍ୟୁମ ବିଜନେସ ଠାରୁ ଆରମ୍ଭ ହୋଇଥିଲା । କିନ୍ତୁ ଗତ ଦୁଇ ବର୍ଷ ଧରି ସେ ତାଙ୍କର ସମସ୍ତ ଧ୍ୟାନ ଏୟାରଲାଇନ୍ସ ଖୋଲିବା ଉପରେ ରଖିଥିଲେ । ତେବେ ସେ କହିଛନ୍ତି ଖୁବ ଶୀଘ୍ର ତାଙ୍କ ଫିରନାସ ଏୟାରୱେଜ ନିଜ ପ୍ରଥମ ଉଡାଣ ଭରିବ ।