ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସ୍ତ୍ରୀ ରଖିଥିଲା କରୱାଚୋଥ୍ ବ୍ରତ! ପରଦିନ ହିଁ କିରାସିନି ଢାଳି ଜିଅନ୍ତା ମାରିଦେଲା ସ୍ୱାମୀ ।

141

ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ପ୍ରତ୍ୟେକ ଭାରତୀୟ ମହିଳା କରୱାଚୋଥ୍ ବ୍ରତ ପାଳିଥାନ୍ତି । ଇହକାଳ ପରକାଳର ଦେବତା ପାଇଁ ଗୋଟିଏ ଦିନ ଉପବାସ ରଖି ଦେବତାଙ୍କୁ ପ୍ରସନ୍ନ କରିଥାନ୍ତି । କିନ୍ତୁ ସେହି ସ୍ୱାମୀ ଯେତେବେଳେ ସ୍ତ୍ରୀ ପାଇଁ କାଳ ପାଲଟେ ତେବେ କ’ଣ କହିବ ଏଭଳି ସ୍ୱାମୀକୁ? ଘଟଣାଟି ସୋମବାରର ପୁନେ ଅନ୍ତର୍ଗତ ଗୌତମବୁଦ୍ଧ ନଗରରେ ରହୁଥିବା ସୁଦ୍ଧା ରାଣୀଙ୍କ । ପେସାରେ ଶିକ୍ଷୟିତ୍ରୀ ଥିବା ସୁଦ୍ଧାଙ୍କ ସ୍ୱାମୀ ଅନିଲ ଅତ୍ରୀଙ୍କ ବୈବାହିକ ଜୀବନ କିଛି ଦିନ ଖୁସିରେ ଚାଲିଥିଲେ ମଧ୍ୟ ପରେ ଅନିଲ୍ ସୁଦ୍ଧାଙ୍କ ସାନ ଭଉଣୀ ମଧୁଙ୍କୁ ବିବାହ କରିଥିଲେ ।

ଏହାପରେ ସୁଦ୍ଧାଙ୍କ ଉପରେ ନିର୍ଯ୍ୟାତନା ହେବା ଆରମ୍ଭ ହୋଇଗଲା । ସଉତୁଣୀ ମଧୁ,ସ୍ୱାମୀ ଏବଂ ଦିଅର ମନୋଜ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ତେବେ ସୋମବାର ସୁଦ୍ଧାଙ୍କୁ ତିନି ଜଣ ମିଶି କିରାସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ଦେହର ୯୦ ପ୍ରତିଶତ ଅଂଶ ପୋଡିଯିବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଏହି ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର୍ ଥିଲେ କିନ୍ତୁ ପୋଲିସ୍ ଉଦ୍ୟମରେ ମଧୁ ଏବଂ ମନୋଜକୁ ଗିରଫ କରାଯାଇଛି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଚେଷ୍ଟା କରାଯାଉଛି ।