ପୋଲିସରେ ଚାକିରି ପାଇବା ପାଇଁ କିଛି ଏଭଳି କଲେ ଏହି ଯୁବକ ! ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ ।

31

ପୋଲିସରେ ଚାକିରି ପାଇବା ପାଇଁ ଜଣେ ଯୁବକ ନିଆରା ପଦକ୍ଷେପ ଆପଣେଇଛନ୍ତି । ଉତ୍ତରପ୍ରଦେଶର ମେରଠ ଠାରେ ପୋଲିସରେ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ଚାଲିଥିବା ସମୟରେ ଜଣେ ପରୀକ୍ଷାର୍ଥୀ ଏଭଳି ଏକ କାରନାମା କରିଥିଲେ ଯେଉଁଥିରେ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତେବେ ପ୍ରକୃତ ଘଟଣା ହେଲା, ଉକ୍ତ ପରୀକ୍ଷାର୍ଥୀଙ୍କ ଉଚ୍ଚତା ଟିକିଏ କମ୍ ଥିଲା । ତେବେ ନିଜ ଉଚ୍ଚତାକୁ ସାମାନ୍ୟ ବଢାଇବା ପାଇଁ ଯୁବକଜଣଙ୍କ ନିଜ ଚୁଟିରେ ମେହେନ୍ଦି ଲଗାଇଥିଲେ । କିନ୍ତୁ ଯାଞ୍ଚ ପାଇଁ ଅଫିସରମାନେ ତାଙ୍କର ଏହି କାରନାମା ବିଷୟରେ ଜାଣି ପାରିଥିଲେ ।

ମେରଠରେ ପୋଲିସରେ ଭର୍ତ୍ତି ପାଇଁ ଫିଜିକାଲ ଟେଷ୍ଟ ନିମନ୍ତେ ବୁଲନ୍ଦସହର ନିବାସୀ ଅଙ୍କିତ ଆସିଥିଲେ । ଆଉ ଯେତେବେଳେ ନିଜ ଉଚ୍ଚତା ଯାଞ୍ଚ ପାଇଁ ମେଜର ମେସିନରେ ଛିଡା ହୋଇଥିଲେ, ସେତେବେଳେ ମୁଣ୍ଡ ଉପରେ ଥିବା ପ୍ଲେଟଟି ନାଲି ହୋଇଯାଇଥିଲା । ଅଫିସରମାନଙ୍କ ଯାଞ୍ଚରେ ଅଙ୍କିତର ଉଚ୍ଚତା ସଠିକ ଥିଲା କିନ୍ତୁ ହଠାତ୍ ଜଣେ ଅଫିସରଙ୍କ ନଜର ଉକ୍ତ ପ୍ଲେଟ ଉପରେ ପଡିଥିଲା । ଏହାପରେ ଅଫିସର ଜଣଙ୍କ ଅଙ୍କିତକୁ ଅଟକାଇଥିଲେ ଏବଂ ଯାଞ୍ଚ କଲା ପରେ ଜଣାପଡିଥିଲା ଯେ ଉପର ଚୁଟି ଗୁଡିକ ପୁରାପୁରି ଶୁଖିଲା ଥିଲା ଏବଂ ମୁଣ୍ଡର ମଝି ଭାଗରେ ଓଦା ମେହେନ୍ଦି ରଖାଯାଇଥିଲା ।

ଏହା ଦେଖିବା ପରେ ଅଫିସର ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଅଫିସର ଅଙ୍କିତକୁ ସଙ୍ଗେ ସଙ୍ଗେ ହେପାଜତରେ ନେଇଥିଲେ । ଏହା ପରେ ଅଙ୍କିତଙ୍କ ମୁଣ୍ଡକୁ ଧୁଆଯାଇଥିଲା ଏବଂ ପୁନର୍ବାର ଉଚ୍ଚତା ଯାଞ୍ଚ କରାଯିବାରୁ ଜଣାପଡିଥିଲା ଯେ, ଆବଶ୍ୟକତା ଠାରୁ ଅଙ୍କିତଙ୍କ ଉଚ୍ଚତା କମ୍ ରହିଛି । ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକଙ୍କ ଫଟୋ ମ୍ୟାଚ କରୁଛି ସତ କିନ୍ତୁ ବାୟୋମେଟ୍ରିକ ମେସିନରେ ସେମାନଙ୍କର ଆଙ୍ଗୁଠି ମ୍ୟାଚ କରୁନାହିଁ ।