କୋଇଲାରେ ଚାଲୁଛି ଏହି କାର୍ ! ଆବିଷ୍କାରକ ଫ୍ରେଙ୍କଙ୍କ ଚେଷ୍ଟାକୁ ମିଳିଛି ପ୍ରଶଂସା

28

ଜଣେ ବ୍ୟକି ନିଜର ମୂଲ୍ୟବାନ ୪୦୦ଘଂଟା ବ୍ୟୟ କରି ଏକ ଏମିତି କାର୍ ତିଆରି କରିଛନ୍ତି ଯାହା ଖୁବ୍ ଚର୍ଚ୍ଚାରେ । ଏହାକୁ ଯିଏ ଦେଖୁଛି ସେ ଏହାର ଆବିଷ୍କାରକଙ୍କ ତାରିଫ କରୁଛନ୍ତି । ବିଶ୍ୱାସ କରନ୍ତୁ , ଆପଣ ବି ଯଦି ଏହାକୁ ଦେଖିବେ , ଆପଣ ବି ଏହି ଗାଡିକୁ ତିଆରି କରିଥିବା ବ୍ୟକ୍ତର ପ୍ରଶଂସା କରିବେ । ପ୍ରକୃତରେ ଜଣେ ବ୍ୟକ୍ତି ନିଜର ଅବସର ପରେ ଏହି କାରକୁ ବନାଇଛନ୍ତି । ଯେଉଁଠି ଅବସର ପରେ ସାଧାରଣତଃ ଲୋକେ ଖାଲିରେ ବସି ଯା’ନ୍ତି । ଟିକେ ଶାନ୍ତିରେ ପରିବାର ସହ ଜୀବନ ବିତାନ୍ତି । ହେଲେ ଏହି ବ୍ୟକ୍ତି ଜଣକ ସେମାନଙ୍କ ଠାରୁ ଟିକେ ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ , ବ୍ରିଟେନର ୬୭ ବର୍ଷୀୟ ଫ୍ରେଙ୍କ ରୋଥୱେଲ ଏହି ସମୟର ସଦୁପଯୋଗ କରି ନିଜର ଇଚ୍ଛା ପୂରଣ କରିବା ସହ ଲୋକପ୍ରିୟତା ହାସଲ କରିଛନ୍ତି ।

ବାସ୍ତବିକ୍ ନିଜକୁ ବ୍ୟସ୍ତ ରଖିବା ପାଇଁ ଏହି ଫ୍ରେଙ୍କ ୫୦ ବର୍ଷ ପୁରୁଣା ଏକ ଲ୍ୟାଣ୍ଡ ରୋଭର କାର୍ କିଣିଲେ ଏବଂ ଏହା ଉପରେ ଅଜବଧରଣର ଏକ୍ସପେରିମେଂଟ କରିବାକୁ ଭାବିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ , ପେଟ୍ରୋଲରେ ଚାଲୁଥିବା ଗାଡିକୁ ସେ ଷ୍ଟିମ୍ ଇଂଜିନ୍ କାର୍ କରିଥିଲେ । ଏହା ଉପରେ ଫ୍ରେଙ୍କଙ୍କର ୪୦୦ଘଂଟା ଅର୍ଥାତ୍ ୧୬ ଦିନ ଏବଂ ୩୩ ହଜାର ଡଲାରର ଖର୍ଚ୍ଚ ହେଲା । ସେ ଗାଡିରୁ ପେଟ୍ରୋଲ୍ ଇଂଜିନ୍ ବାହାର କରି ଏଥିରେ କୋଇଲା ଚାଳିତ ଇଂଜିନ୍ ଲଗାଇଥିଲେ ।

ଏବେ ଏହି କାର୍ ପୁରା ଷ୍ଟିମ୍ ରେ ଚାଲୁଥିବା ଟ୍ରେନ ପରି କାମ କରୁଛି । ଏହି କାର ଘଂଟା ପ୍ରତି ୨୪ କି.ମି ବେଗରେ ଚାଲି ପାରେ । କହିରଖୁଛୁ କି ଏହାପୂର୍ବରୁ ମଧ୍ୟ ଷ୍ଟିମ୍ ୱାଗନ୍ ବନାଇ ସାରିଛନ୍ତି । ଫ୍ରେଙ୍କ୍ ଏହାକୁ ଏମିତି ପ୍ରସ୍ତୁତ କରିଛନ୍ତି କି ଯେବେ ବି ସେ ଏହି କାରରେ ବାହାରନ୍ତି ତ ସମସ୍ତେ ତାଙ୍କୁ ବୁଲି ଦେଖନ୍ତି ।

( ସୌଜନ୍ୟ- ଅମର ଉଜାଲା )