ଯୁବତୀଙ୍କୁ ବଶ କରିବା ପାଇଁ ପେଚା ବଳିଦେଲେ ୪୦ ବର୍ଷିୟ ବିବାହିତ ବ୍ୟକ୍ତି ! ତା’ପରେ ହେଲା କ’ଣ . . . .
ଆଜିକା ସମୟରେ ମଧ୍ୟ ଲୋକେ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି । ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ । ଅବନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ତଳକୁ ଖସିଯାଉଛି । କାର୍ଯ୍ୟ ସାଧନ ପାଇଁ କଷ୍ଟ ନକରି ସୁବିଧା ରାସ୍ତା ବାଛିବାକୁ ଚାହୁଁଛନ୍ତି ଲୋକେ । କେତେବେଳେ କିଏ ପିଲାବଳି ଦେଲାଣି ତ ଆଉ କିଏ କିଏ ପଶୁପକ୍ଷୀଙ୍କୁ ବି ଛାଡ଼ୁନାହାନ୍ତି । ବାରମ୍ବାର ଏନେଇ ଲୋକଙ୍କୁ ସଚେତନ କରାଇଲେ ମଧ୍ୟ କିଛି ସୁଫଳ ମିଳୁନି । ରାଜଧାନୀରେ ଦିଲ୍ଲୀରେ ଘଟିଛି ଏପରି ଏକ ଘଟଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀର ସୁଲତାନପୁରୀର ଜଣେ ମହିଳାଙ୍କୁ ଗୁଣି ଗାରେଡି କରି ଆକର୍ଷିତ କରିବା ଲାଗି ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏକ ଧଳା ପେଚାକୁ ବଳି ଦେଇଥିଲେ ଜଣାପଡ଼ିଛି । ଏହି କାରନାମା କରିଥିବା ବ୍ୟକ୍ତିଙ୍କ ନାମ କହ୍ନେୟା ଓ ପେସାରେ ଜଣେ ଟ୍ରକ୍ ଚାଳକ । ସେ ଜଣେ ଯୁବତୀ ପ୍ରତି ଆକୃଷ୍ଟ ହୋଇଥିଲା । ମାତ୍ର ସେହି ଯୁବତୀ ତାକୁ ଚାହୁଁ ନ ଥିଲା । ଏଣୁ ସେ ଏକ ଭିଡିଓ ଦେଖି ଜାଣିବାକୁ ପାଇଲା ଯେ ଧଳା ପେଚାକୁ ମାରିଲେ ଯାହାକୁ ଚାହିଁବ ତାକୁ ସମ୍ମୋହିତ କରି ହେବ। ଏଣୁ ସେ ପେଚା କିଣି ତାକୁ ମାରିଥିଲା ।
ଅଭିଯୁକ୍ତ କହ୍ନେୟା ବିବାହିତ ଏବଂ ତିନିଟି ପିଲାର ବାପା । ଏ ବିଷୟରେ ତାର ଘରଲୋକେ ସବୁ ଜାଣିଥିଲେ । ସେ ଏକ ଛୁରିରେ ପେଚାକୁ ମାରିବା ସହ ତା’ ଶରୀରର ବିଭିନ୍ନ ସ୍ଥାନରେ ଛୁଞ୍ଚି ଫୋଡିଥିଲା । ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ କହ୍ନେୟାକୁ ପୁଲିସ୍ ଗିରଫ କରିଛି । ପୁଲିସର ସୂଚନା ଅନୁଯାୟୀ ସେହି ମୃତ ପେଚାର ଶବ ଅଭିଯୁକ୍ତ କହ୍ନେୟାର ଫ୍ରିଜରୁ ମିଳିଥିଲା ।