ଏମିତି ଚୋରି କେବେ ଦେଖିନଥିବେ । ୱିଗ୍ ତଳେ ୧ କିଲୋ ସୁନା ଆଣୁଥିବା ବେଳେ ଧରାପଡିଲେ ଯୁବକ ।

5,400

ଚୋରିର ନୂଆ ତରିକା । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚଳିତବର୍ଷ ଜୁଲାଇରେ ବାର୍ସେଲୋନା ବିମାନବନ୍ଦରରେ ଜଣେ ବ୍ୟକ୍ତି ୨୪ ଲକ୍ଷ ଟଙ୍କାର କୋଚିନ୍‌ ତାଙ୍କ ଓ୍ଵିଗ୍‌ ତଳେ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ନିକଟରେ ପୁଣି ଏକ ସମାନ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ଓ୍ଵିଗ୍‌ ତଳେ ୧ କିଲୋ ସୁନା ଚୋରା ଚାଲାଣ କରୁଥିବା ବେଳେ କେରଳର କୋଚି ବିମାନବନ୍ଦରରୁ ଧରାପଡ଼ିଛନ୍ତି। ଚୋରା ଚାଳାଣ କରୁଥିବା ଏହି ଯୁବକଙ୍କ ନାଁ ନୌସାଦ। ତାଙ୍କ ଘର କେରଳର ମଲ୍ଲାପୁରମରେ।

ଶୁକ୍ରବାର ଦିନ ନୌସାଦ ସାରଜାରୁ କେରଳ ଫେରୁଥିଲେ। କୋଚି ବିମାନବନ୍ଦରରେ ତାଙ୍କୁ ଧରାଯାଇଛି। ସେ ତାଙ୍କ ଓ୍ଵିଗ୍‌ ତଳେ ୧ କିଲୋ ସୁନା ରଖି ଚୋରା ଚାଲାଣ କରିବାର ଉଦ୍ୟମ କରୁଥିଲେ।ସେ ସୁନାକୁ ଲୁଚାଇବା ପାଇଁ ତାଙ୍କ ମୁଣ୍ଡରୁ କିଛି ଅଂଶ କେଶକୁ ଖୁର ମାରି ଚାଞ୍ଛି ଦେଇଥିବା ଫଟୋରେ ଦେଖିବାକୁ ମିଳିଛି। ତେବେ ତାଙ୍କ ହେୟାର ଷ୍ଟାଇଲ ଦେଖି କଷ୍ଟମ ଅଧିକାରୀଙ୍କ ସନ୍ଦେହ ହେବାରୁ ନୌସାଦଙ୍କୁ ଯାଞ୍ଚ କରିଥିଲେ । ଆଉ ଯାଞ୍ଚ ସମୟରେ ନୌସାଦଙ୍କ ୱିଗରୁ ୧ କିଲୋ ସୁନା ଜବତ କରିଥିଲେ ଅଧିକାରୀ । ଏହାପରେ ନୌସେଦାଙ୍କୁ ଗିରଫ କରାଯିବା ସହ ଏହି ଘଟଣାର ତଦନ୍ତ କରାଯାଉଛି ।