କଅଁଳ ଦେହରେ ଯନ୍ତ୍ରଣାର ବୋଝ : ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛି ୬ ମାସର ଶିଶୁ କନ୍ୟା

52

କନକ ବ୍ୟୁରୋ : କୁନି ଝିଅର ରୋଗ ଭଲ କରିବା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି ମୃତ୍ୟୁ ସହ ସଂଘର୍ଷ କରୁଛି ଅଜଣା ରୋଗର ଶୀକାର ହୋଇଥିବା ୬ମାସର ଶିଶୁ କନ୍ୟା । କିଛି ବର୍ଷ ତଳେ ଏଭଳି ରୋଗରେ ବଡଝିଅର ମୃତ୍ୟୁ ପରିବାର ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପୁଣି ସାନ ଝିଅକୁ ଦେଖି ଭାଙ୍ଗି ପଡିଛି ପରିବାର । କୁନି ଝିଅଟିର ଯନ୍ତ୍ରଣା ଦେଖି ଛଟପଟ ହେଉଥିବା ପରିବାର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

କଅଁଳ ଦେହରେ ଯନ୍ତ୍ରଣାର ବୋଝ । ଅଜଣା ରୋଗରେ ବଡ ଭଉଣୀର ମୃତ୍ୟୁ ପରେ ସାନ ଭଉଣୀର ସମାନ ଅବସ୍ଥା । ଯନ୍ତ୍ରଣା କୋଳରେ ବୌଦ୍ଧର ଗୁଢିଆଳୀ ଗାଁର ହେରମ୍ବ ଗିରିଙ୍କ ୬ ମାସର ଶିଶୁ କନ୍ୟା । କିଛି ବର୍ଷ ତଳେ ଯେଉଁ ରୋଗରେ, ଯେମିତି ଅବସ୍ଥାରେ ବଡ ଝିଅର ମୃତ୍ୟୁ ହୋଇଥିଲା ସେହି ରୋଗରେ ଏବେ ସାନ ଝିଅ ପୀଡିତ । ଝିଅର ମୁହଁର ଚର୍ମ ଫାଟି ଯାଇଛି । ଫଳରେ କୁନି ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଛି । ବଡ ଝିଅର ମଧ୍ୟ ଠିକ୍ ଏମିତି ହୋଇଥିଲା । ତାର ଚିକିତ୍ସା କରାଇବା ପାଇଁ ହେରମ୍ବ ସମସ୍ତ ସମ୍ବଳ ଖର୍ଚ କରିଥିବା ବେଳେ ଏବେ ସାନ ଝିଅକୁ ଧରି ପଲିଥିନ ତଳେ ଦୀବନ ବିତାଉଛନ୍ତି ।

ମୁଲଲାଗି ବୃଦ୍ଧ ବାପାମାଆ, ସ୍ତ୍ରୀ ପିଲା ମୁହଁରେ ଆହର ଦେଉଥିବା ହେରମ୍ବ ଗିରି ସମସ୍ତ ସରକାରୀ ଯୋଜନାରୁ ବଂଚିଥିବା ଅଛନ୍ତି । ବିଜୁ ପକ୍କାଘର କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡେ ମିଳିନଥିବାରୁ ପଲିଥିନ ତଳେ ଜୀବନ ବିତାଉଛନ୍ତି ଏହି ପରିବାର । ମୁଲ ଲାଗିରେ ଚୁଲି ଜଳୁଥିବା ପରବାରର, ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ତେବେ ଏବେ ଆସନ୍ତୁ ଶୁଣିବା ଏହି ପ୍ରସଙ୍ଗରେ କଣ ରହିଛି ବୌଦ୍ଧ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ସୟଗତା ମିଳିଲେ କୁନି ଝିଅଟି ଯନ୍ତ୍ରଣା କୋଳରୁ ମୁକୁଲି ପାରନ୍ତା ।