ଜଳରେ ଜୀବନ ! ସ୍ଥଳଭାଗରେ ପାଦ ରଖି ପାରୁନଥିବା ଅଭିଶପ୍ତ ମଣିଷ

73

IArfWtdh2dbf8b20_2କନକ ବ୍ୟୁରୋ : ନିଜର ସ୍ୱପ୍ନର ଘରଟିକୁ ସୁନ୍ଦର ରୂପେ ଗଢି ତୋଳବା ପାଇଁଁ ମଣିଷ ଅନେକ ପରିଶ୍ରମ କରିଥାଏ । କିଏ ଗଛ ଉପରେ ତ କିଏ ପାହାଡ଼ ଉପରେ ଘର କରି ସମସ୍ତଙ୍କ ଆକର୍ଷିତ କରିଥାଏ । ମାତ୍ର ଆଜି ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମୁଦ୍ର ମଧ୍ୟରେ ସପରିବାର ବସବାସ କରିବା ସହ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ବଜାଓ ପ୍ରଜାତିର ଏହି ଲୋକମାନଙ୍କ ପାଇଁ ସ୍ଥଳଭାଗ ସ୍ୱପ୍ନ ପାଲଟିଛି । କାରଣ ପୃଥିବୀ ଉପରେ ପାଦ ରଖିବା ପାଇଁ ଏମାନଙ୍କୁ ବ୍ୟାନ୍ କରାଯାଇଛି ।

ଏମାନେ ମୁଖ୍ୟତଃ ଫିଲିଫାଇନ୍ସ ନିବାସୀ । ମାତ୍ର ଦେଶରୁ ବିତାଡ଼ିତ ହେବା ପରେ ମଲେସିଆରେ ଆଶ୍ରୟ ପାଇଁ ଚେଷ୍ଟା କରିଥିଲେ । ତେବେ ସରକାର ସେଠାରେ ତାଙ୍କୁ ରହିବା ପାଇଁ ଅନୁମତି ତ ଦେଲେ ହେଲେ ସ୍ଥଳଭାଗରେ ରହିବାକୁ ମନା କରିଥିଲେ । ସେବେଠାରୁ ଏମାନଙ୍କ ନୂଆ ପରିଚୟ ସମୁଦ୍ରର ଗଭୀର ଜଳରାଶି ।

ଏମାନଙ୍କ ଜୀବନଜୀବିକା ମୁଖ୍ୟତଃ ମାଛ ଧରିବା ଉପରେ ନିର୍ଭର କରିଥାଏ । ତେଣୁ କେବଳ ମାଛ ବିକିବା ଏବଂ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଏମାନେ ସ୍ଥଳଭାଗରେ ପାଦ ରଖିଥାନ୍ତି । ସମୁଦ୍ର ମଧ୍ୟରେ କାଠରେ ତିଆରି ହୋଇଥିବା ଘର ଏମାନଙ୍କ ଆଶ୍ରୟସ୍ଥଳୀ । ସିଧା ଶବ୍ଦରେ କହିବାକୁ ଗଲେ ଏମାନଙ୍କର ନା କୌଣସି ମୌଳିକ ଅଧିକାର ଅଛି ନା କୌଣସି ଭବିଷ୍ୟତ ।