ଜନ ଜାଗରଣର ଅଭିନବ ପ୍ରୟାସ : ଅଟୋରିକ୍ସାରେ ବେଙ୍ଗାଲୁରରୁ ଲଣ୍ଡନଯାତ୍ରା କଲେ ଭାରତୀୟ ଇଂଜିନିୟର

17

ଏମତି ବି ହୋଇପାରେ । ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ କିଛି ବ୍ୟକ୍ତି ଥାଆନ୍ତି କଷ୍ଟସାଧ୍ୟ କାମକୁ ବି କରିଦେଖାଇଥାନ୍ତି । ଏହିଭଳି ଜଣେ ଭାରତୀୟ ଇଂଜିନିୟର ହେଲେ ୩୫ ବର୍ଷୀୟ ନବୀନ ରବେଲ୍ଲୀ । ସୈାର ଶକ୍ତି ଚାଳିତ ଅଟୋରିକ୍ସାରେ ବେଙ୍ଗାଲୁରରୁ ଲଣ୍ଡନ ଯାତ୍ରା କରିଛନ୍ତି । ୧୦ହଜାର କିଲୋମିଟରର ଏହି ଦୂରତାକୁ ୨୦୧୬ , ଫେବୃୟାରୀରେ ଆରମ୍ଭ କରିଥିବା ଏହି ଯାତ୍ରା ଗତ ସୋମବାର ଶେଷ ହୋଇଛି ।

ନବୀନଙ୍କ ଏହି ଯାତ୍ରାର ଉଦେଶ୍ୟ ଏସିଆ ଓ ୟୁରୋପ ଦେଶମାନଙ୍କ ମଧ୍ୟରେ ସୈାର ଶକ୍ତି ଭଳି ଅକ୍ଷୟ ଶକ୍ତିର ବ୍ୟବହାର ବିଷୟରେ ଜାଗରଣ ସୃଷ୍ଟି କରିବା ।