ନିଆଳିରେ ନୂଆ ଆତଙ୍କ : ଗାଁ ଭିତରେ ଘୂରି ବୁଲୁଛି ହେଟାବାଘ

31

କନକ ବ୍ୟୁରୋ : ନିଆଳିରେ ରାମଶିଆଳର ଆତଙ୍କ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ହେଟାବାଘର ପ୍ରଥମ ଚିତ୍ର । ନିଆଳି କେନାଲ ନିକଟରେ ହେଟାବାଘ ଚଳପ୍ରଚଳ କରୁଥିବା ବେଳେ ଏ ଦୃଶ୍ୟକୁ କଏଦ କରିଛି କନକ ନ୍ୟୁଜ୍ କ୍ୟାମେରା ଟିମ୍ । ଆଉ ବନବିଭାଗ ବି ହେଟା ବାଘକୁ ଦେଖି ଚମକି ଉଠିଛି ।ନିଆଳିରେ ଘୂରି ବୁଲୁଛି ହେଟାବାଘ । ଏଦୃଶ୍ୟ ଥିଲା ନିଆଳି କେନାଲ ଅଂଚଳର । ଗତକାଲି ରାତିରେ ହେଟାବାଘ ଏହି କେନାଲ ଦେଇ ଗାଁ ମଧ୍ୟକୁ ପ୍ରବେଶ କରିଛି ।

ସ୍ଥାନୀୟ ଯୁବକଙ୍କ ଠାରୁ ସୂଚନା ପାଇବା ପରେ ଘଂଚ ଜଙ୍ଗଲରେ ବନବିଭାଗ ଆରମ୍ଭ କରିଥିଲା ଅପରେସନ । ଆଉ ବନବିଭାଗର ଏହି ଅପରେସନରେ ସାମିଲ ହୋଇଥିଲା କନକ ନ୍ୟୁଜ । ଏକ ବୟସ୍କ ହେଟାବାଘ ଏହି ଅଂଚଳ ଦେଇ ଚଳପ୍ରଚଳ କରୁଛି । ଆଉ ରାତି ତମାମ୍ ବନ ବିଭାଗ ବାଘକୁ କାବୁ କରିବାକୁ ଚେଷ୍ଟା କରିଛି ।ସବୁଠାରୁ ବଡକଥା ହେଉଛି ହେଟାବାଘ ମଲା ଜୀବଜନ୍ତୁଙ୍କ ମାଂସ ଖାଇଥାଏ । କିନ୍ତୁ ମେଣ୍ଢା ମଡକ ପଛରେ ରହିଛି ଜଙ୍ଘଲୀ ଜନ୍ତୁଙ୍କ ଆକ୍ରମଣ । ଏଣୁ ରାମଶିଆଳଙ୍କ ସହ ହେଟାବାଘ ଆହୁରି ଆତଙ୍କ ସୃଷ୍ଟି କରିଛି ।