ଏକ ଅଦ୍ଭୁତ ହୋଟେଲ ! ଯେଉଁଠି ସିଂହ ସହ ଟିଫିନ୍ ଓ ଭାଲୁ ସହ ଲଂଚ୍ କରନ୍ତି ଲୋକେ। 

24

ଜଙ୍ଗଲୀ ଜୀବଜନ୍ତୁଙ୍କୁ ପାଖରୁ ଦେଖିଲେ ମନରେ ଖୁବ୍ ଭୟ ଆସିଯାଏ । କିନ୍ତୁ ଅଷ୍ଟ୍ରେଲିଆରେ ଏମିତି ଏକ ସ୍ଥାନ ଅଛି ,ଯେଉଁଠି ଏହି ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଆପଣ ରହିପାରିବେ । ଅଷ୍ଟ୍ରେଲିଆର କୈନବେରାର ନ୍ୟାସନାଲ ଜୁ ଏଣ୍ଡ୍ ଆକ୍ୱାରିୟମରେ ଥିବା ପ୍ରାଣୀ ଉଦ୍ୟାନରେ ଏକ ଏପରି ସ୍ଥାନ ରହିଛି ଯେଉଁଠାରେ ପର୍ୟ୍ୟଟକମାନେ ଜୀବଜନ୍ତୁଙ୍କ ଗ୍ରହଣରେ ମୌଜମସ୍ତି କରିବା ସହିତ ସେମାନଙ୍କ ସହ ଖାଦ୍ୟ ଖାଉଛନ୍ତି । ଆଶ୍ଚର୍ୟ୍ୟକର ବିଷୟ ହେଉଛି ଏମାନେ କାହାର ବି କୌଣସି ପ୍ରକାରର କ୍ଷତି କରୁନାହାଁନ୍ତି ।

ଅଷ୍ଟ୍ରେଲିଆର ଏହି ହୋଟେଲରେ ଏମିତି କିଛି ମାହୋଲ । ଜୀବଜନ୍ତୁଙ୍କ ସହ ଖୁବ୍ ମଜାମସ୍ତି । ଏଠାରେ ରହୁଥିବା ପର୍ୟ୍ୟଟକଙ୍କୁ ଏପରି ସୁବିଧା ଦିଆଯାଇଥାଏ । ୧୮ କୋଠରୀ ବିଶିଷ୍ଟ ଏହି ହୋଟେଲରେ ସବୁ କୋଠରୀରେ କାଚର ମୋଟା ପ୍ୟାନେଲ ଲାଗିଛି । ଯାହାର ଗୋଟେ ପାଖରେ ଟୁରିଷ୍ଟମାନେ ଓ ଅନ୍ୟ ପାଖରେ ବାଘ ,ଭାଲୁ ,ଜିରାଫ୍ ଓ ଅଲଗା ପଶୁମାନେ ବୁଲୁଥାନ୍ତି । ବିଭିନ୍ନ ଦେଶର ପର୍ୟ୍ୟଟକ ଆସି ଏହି ହୋଟେଲରେ ଜୀବଜନ୍ତୁଙ୍କ ସହ କଟାଉଛନ୍ତି ଅବସର ମୁହୂର୍ତ୍ତ । ସୋସିଆଲ ସାଇଟରେ ଏହି ହୋଟେଲର ଫଟୋ ସବୁ ଭାଇରାଲ ସାଜିଛି ।