ଏମିତି ଏକ ନିଆରା ହୋଟେଲ : ବିଗ୍ ବିଙ୍କ ଫିଲ୍ମର ନାଁରେ ମିଳୁଛି ଖାଦ୍ୟ

28

1ଗୋରଖପୁରସ୍ଥିତ ଗୋଲପୁରର ରୟାଲ ରେସିଡେନସି ହୋଟେଲରେ ଗତ ଜୁନ ମାସରେ ଏକ ରେଷ୍ଟୁରାଂଟ ଖୋଲିଛି । ଏହି ରେଷ୍ଟୁରାଂଟର ନାମ ଅମିତାଭ ବଚ୍ଚନଙ୍କ ଫିଲ୍ମ “ସେହନଶାହା” ନାମରେ ନାମିତ କରାଯାଇଛି । ରେଷ୍ଟୁରାଂଟର ପରିକଳ୍ପନା ଠାରୁ ଖାଦ୍ୟର ନାମ ଯାଏ ସବୁ ଜିନିଷ ଅମିତାଭ ବଚ୍ଚନଙ୍କ ଦ୍ୱାରା ପ୍ରଭାବିତ ବୋଲି ଜଣାପଡିଛି । ଏଠାକୁ ପରିବାର କିମ୍ବା ବନ୍ଧୁପରିଜନଙ୍କ ସହ ଭୋଜନ କରିବାକୁ ଗଲେ ଅମିତାଭ ବଚ୍ଚନଙ୍କ ସ୍ମୃତିରେ ବିଭୋର ହୋଇଯିବେ ।

4ଥରେ ଯିଏ ଏଇ ରେଷ୍ଟୁରାଂଟକୁ ଆସିଛି ସେ ଏଠାକୁ ବାରମ୍ବାର ଆସିବାକୁ ମନବଳାଇବ ବୋଲି କୁହାଯାଉଛି । ଅକ୍ଟୋବର ୧୧ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଉପଲକ୍ଷେ ଏଇ ରେଷ୍ଟୁରାଂଟରେ ଖାସ୍ ପ୍ରସ୍ତୁତି ହୋଇଥିଲା । ଦୁଇ ମହଲା ବିଶିଷ୍ଟ ଏଇ ରେଷ୍ଟୁରାଂଟରେ ପ୍ରଥମ ମହଲାରେ ଭୋଜନ କରିବାର ବ୍ୟବସ୍ଥା କରାଯାଇଛି ଏବଂ ତଳ ମହଲାରେ ଥିବା ମୋଟରସାଇକେଲ ଲୋକଙ୍କୁ ଫିଲ୍ମ ଶୋଲେର ଜୟ ଓ ବୀରୁର ବନ୍ଧୁତାକୁ ମନେପକାଇଦେଉଛି ।

amitavରେଷ୍ଟୁରାଂଟର ଭିତର ପଟ କାନ୍ଥ ଫିଲ୍ମ ଦିୱାରରୁ ପ୍ରଭାବିତ । ରେଷ୍ଟୁରାଂଟ ଭିତରେ ଲଗାଯାଇଛି ଅମିତାଭ ବଚ୍ଚନଙ୍କ ପିଲାଦିନରୁ ବର୍ତମାନ ସମୟ ପଯ୍ୟନ୍ତ ସବୁ ଫଟୋ ।

ଏହାସହ ଦେଖନ୍ତୁ – ୪ ବର୍ଷର ଶିଶୁ ଏବେ ୮୦ ବର୍ଷର ବୁଢା : ଅଦ୍ଭୂତ ରୋଗର ପ୍ରଭାବ