ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ରେପ୍ ଭିଡିଓ ! ନୟାଗଡ ଜିଲ୍ଲା ଶରଣକୁଳ ଅଂଚଳ ଘଟଣା

109

କନକ ବ୍ୟୁରୋ : ରେପ୍ ଭିଡିଓ ଭାଇରାଲ୍ । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ନାବାଳିକାକୁ ଦୁଷ୍କର୍ମର ଭିଡିଓ । ନୟାଗଡ ଜିଲ୍ଲା ଶରଣକୁଳ ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଏହାର ଭିଡିଓ ରେକର୍ଡିଂ କରାଯାଇଥିଲା । ଆଉ ପରେ ଏହି ଭିଡିଓକୁ ଭାଇରାଲ କରିଛନ୍ତି ଅଭିଯୁକ୍ତମାନେ । ଭିଡିଓଟି ଏବେ ଭାଇରାଲ ହୋଇଥିବା ବେଳେ ମାର୍ଚ୍ଚ ୨୨ ପୂର୍ବରୁ ନାବାଳିକା ସହ ହୋଇଥିଲା ଦୁଷ୍କର୍ମ । ୩ ଜଣ ଯୁବକ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

ଜଣେ ଯୁବକ ନାବାଳିକା ସହ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ଏଥିରେ ସହଯୋଗ କରିଥିଲେ ଏବଂ ଅନ୍ୟ ଜଣେ ଯୁବକ ଏହାର ଭିଡିଓ ରେକର୍ଡିଂ କରିଥିଲେ । ପରେ ଏହି ଭିଡିଓଟି ମୋବାଇଲକୁ ମୋବାଇଲରେ ଘୂରି ବୁଲିବା ସହ ନାବାଳିକାର ବାପା ଘଟଣା ସଂପର୍କରେ ଜାଣି ଗ୍ରାମ୍ୟ କମିଟିରେ ଅଭିଯୋଗ କରିଥିଲେ । ତେବେ ପୀଡିତା ନାବାଳିକା ହୋଇଥିବାରୁ ପରେ ତାକୁ ଅଭିଯୁକ୍ତ ସହ ବିବାହ କରିବାକୁ ଗାଁ କମିଟିରେ ନିଷ୍ପତି ହୋଇଥିଲା ।

ତେବେ ଅଭିଯୁକ୍ତ ଯୁବକର ପରିବାର ଏଥିରେ ରାଜି ନହେବାରୁ ଗାଁ ଲୋକଙ୍କ ସହାୟତାରେ ଶରଣକୁଳ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାର ବାପା । ପୋଲିସ ଏ ନେଇ ଛାନଭିନ୍ କରୁଥିବା ସୂଚନା ଦେଇଛନ୍ତି ନୟାଗଡ ଏସଡିପିଓ ।