ଏମିତି ଏକ ଭୟଙ୍କର ମନ୍ଦିର! ଯେଉଁଠିକୁ ଯିବା ପାଇଁ ଡରନ୍ତି ଲୋକେ

50

ସୁସ୍ଥ ସମାଜରେ ଭଗବାନଙ୍କୁ ଆରାଧନା କରିବା ପାଇଁ ମଣିଷ ସମାଜ ମନ୍ଦିରକୁ ଯାଇଥାଏ । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯୋଉଠିକୁ ଯିବାପାଇଁ ସାଧାରଣ ଲୋକ ଡରିଥାନ୍ତି । ଏମିତି ତ ଅନେକ ମନ୍ଦିର ଅଛି ଯାହାର କିଛି ନାକିଛି ଅଦଭୁତ କିମ୍ବଦନ୍ତୀ ରହିଛି ଏବଂ ସେଥିପାଇଁ ସେ ମନ୍ଦିର ଗୁଡିକ ସାରା ଦୁନିଆରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ପରିସର ମଧ୍ୟରେ ମଧ୍ୟ ରହିଥାନ୍ତି । ଏବଂ ବହୁ ଦୂରରୁ ପର୍ଯ୍ୟଟକ ମାନେ ମଧ୍ୟ ଆକୃଷ୍ଟ ହୋଇ ଏହି ମନ୍ଦିର ଗୁଡିକୁ ଦେଖିବା ପାଇଁ ଆସିଥାନ୍ତି । କିନ୍ତୁ ଏମିତି ବି ମନ୍ଦିର ରହିଛି , ଯେଉଁଠିକୁ ଆସିବାକୁ ଲୋକ ଡରିଥାନ୍ତି । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ ।

ଏହି ରହସ୍ୟମୟ ମନ୍ଦିର ଆଉ କୋଉଠି ନୁହଁ ଦିଲ୍ଲୀରୁ ୫୦୦ କିଲୋମିଟର ଦୂର ହିମାଚଳର ଚମ୍ବା ଜିଲ୍ଲାର ଭରମୋର ରେ ଅବସ୍ଥିତ । ମୃତ୍ୟୁର ଦେବତା ଯମରାଜ ଏହି ମନ୍ଦିରରେ ପୂଜା ପାଇଥାନ୍ତି । ମନ୍ଦିରଟି ଦେଖିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଘର ଭଳି, ତଥାପି ସାଧାରଣ ଲୋକଟିଏ ଏହି ମନ୍ଦିରକୁ ଆସିବା ପାଇଁ ଡରିଥାଏ । ଏହି ମନ୍ଦିରରେ ଯମରାଜ ଅବସ୍ଥାପିତ କରିବାର ମଧ୍ୟ ନଜିର ରହିଛି । ମନ୍ଦିରରେ ଏକ ଖାଲି କୋଠରୀ ରହିଛି, ଯାହାକୁ ଚିତ୍ରଗୁପ୍ତଙ୍କର କୋଠରୀ ବୋଲି ମଧ୍ୟ କୁହାଯାଇଥାଏ।

କିମ୍ବଦନ୍ତୀ ରହିଛି ଯେ ମର୍ତ୍ୟମଣ୍ଡଳରେ ଯେତେବେଳେ ଜଣଙ୍କର ମୃତ୍ୟୁ ହୁଏ , ସେତେବେଳେ ଯମରାଜଙ୍କର ଦୁତ ଆସି ବ୍ୟକ୍ତିଙ୍କର ଆତ୍ମାକୁ ନେଇ ଏଇ ମନ୍ଦିରକୁ ଆସିଥାନ୍ତି,ଏବଂ ଏଠି ଚିତ୍ରଗୁପ୍ତ ସେହି ଜୀବାତ୍ମାକୁ ତାର କର୍ମଅନୁସାରେ ଦଣ୍ଡ ଦେଇଥାନ୍ତି । ଏହି କାରଣ ପାଇଁ ଏହି ମନ୍ଦିରକୁ ଆସିବା ପାଇଁ ଲୋକ ଡରିଥାନ୍ତି । ପୂଜାରୀ ହିଁ କେବଳ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।