ଗର୍ଭବତୀ ମହିଳାଙ୍କୁ ଦେଖି ଭୁକିଲା ପୋଷା କୁକୁର ! ତା ପରର ଘଟଣା ପୁରା ପରିବାରକୁ କଲା ଆଶ୍ଚର୍ଯ୍ୟ ।

77

ଇଂଲଣ୍ଡର ଡୋନକେଷ୍ଟରରେ ବାସ କରୁଥିବା ଆଲହାନା ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ତାଙ୍କ ଘରେ ସେ ଏକ କୁକୁର ମଧ୍ୟ ରଖିଥିଲେ । ଗୋଟେ ଦିନ ଆଲହାନାଙ୍କ ପୋଷା କୁକୁର ତାଙ୍କୁ ଦେଖି ଭୁକିବା ସହ କାନ୍ଦିବାକୁ ମଧ୍ୟ ଲାଗିଲା । କୁକୁରର ଏପରି ବ୍ୟବହାର ଆଲହାନା ପାଇଁ ସମ୍ପୁର୍ଣ୍ଣ ଅଲଗା ଥିଲା । କରଣ କୁକୁର କେଓଲା ଏଭଳି ବ୍ୟବହାର ପୂର୍ବରୁ କେବେ କରିନଥିଲା । ତେବେ କଣ କେଓଲା ତା ମାଲିକାଣିର କିଛି ସମସ୍ୟାକୁ ଜାଣିପାରି ଭୋକିବାକୁ ଲାଗିଥିଲା ?

ପ୍ରଥମେ ପ୍ରଥମେ ତ ଆଲହାନା କିଛି ବୁଝି ପାରିନଥିଲେ କିନ୍ତୁ କିଛି ସମୟ ବିତିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାର ସେ ଅନୁଭବ କରିଥିଲେ । ଏବଂ ସେ ତାଙ୍କର ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତର ଆଲହାନାଙ୍କ ସ୍ୱାସ୍ଥ୍ୟବସ୍ଥା ଯଞ୍ଚ କରିବା ପରେ ତାଙ୍କୁ ଏକ ଗମ୍ଭିର ସଂକ୍ରମଣ ହୋଇଥିବା କଥା ଜଣାପଡିଥିଲା ଏବଂ ତୁରନ୍ତ ଅପରେସନ କରିବା ଆବଶ୍ୟକ ଥିଲା ।

ଏହା ପୂର୍ବରୁ ଆଲହାନା ଜେତେବେଳେ ହସ୍ପିଟିଲାରେ ପହଞ୍ଚିଥିଲେ ସେତେବେଳେ ସେ ମେଡିକାଲରେ ବେହୋସ ହୋଇଯାଇଥିଲେ । ପରେ ଡାକ୍ତର ତାଙ୍କୁ ସେଠାରୁ ଉଠାଇ ଯାଞ୍ଚ କରିବା ପରେ ସଂକ୍ରମଣ କଥା ସମ୍ନାକୁ ଆସିଥିଲା । ଡାକ୍ତରଙ୍କ କହିବା ଅନୁସାରେ ଯଦି ଠିକ ସମୟରେ ଆଲହାନା ହସ୍ପିଟାଲରେ ପହଞ୍ଚିନଥାନ୍ତେ ତେବେ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଥିଲା ।

ଆଲହନାଙ୍କ କହିବା ଅନୁସାରେ, କେଓଲା ତାଙ୍କୁ ଅଚାନକ ଦେଖି କାନ୍ଦିବାକୁ ଲାଗିଥିଲା । ଏହା ଦେଖି ଆଲହାନା ସମ୍ପୁର୍ଣ୍ଣ ଡରିଯାଇଥିଲେ । କିନ୍ତୁ ତାଙ୍କ ମା’ କେଓଲାର ବ୍ୟବହାରକୁ ବୁଝିବା ପାଇଁ କହିଥିଲେ । ସେ ଏହା ମଧ୍ୟ କହିଥିଲେ କେଓଲା ତାର ମାଲିକାଣି ଆଲହାନାକୁ କିଛି କହିବାକୁ ଚେଷ୍ଟା କରୁଛି । କେଓଲା ଏକ ଅବିଶ୍ୱସନୀୟ ଜୀବ ମୁଁ ତା ପାଖରେ ସବୁବେଳେ ଋଣୀ ହୋଇ ରହିବି ବୋଲି କହିଛନ୍ତି ଆଲହାନା ।

ଆଲହାନାଙ୍କୁ ଆଇସିୟୁରେ ରଖାଯାଇଥିଲା । କିନ୍ତୁ ଏବେ ସେ ସମ୍ପୁର୍ଣ୍ଣ ଭାବେ ଠିକ ହୋଇଯାଇଛନ୍ତି । ତାଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଯାତ ହୋଇଛି । ତାର ନାମ ଲିଙ୍କନ ରଖାଯାଇଛି । ଲିଙ୍କନ ପ୍ରତି ମଧ୍ୟ କେଓଲା ବେସ ସୁରକ୍ଷାତ୍ମକ ବ୍ୟବହାର କରୁଛି ।