ଭଉଣୀ ହେବ ତ ଏମିତି ! ଦିବ୍ୟାଙ୍ଗ ଭାଇର ସ୍ୱପ୍ନକୁ ପୁରଣ କରିବା ପାଇଁ ପ୍ରତିଦିନ କୋଳରେ ଧରି ସ୍କୁଲ ନେଉଛନ୍ତି ଡିମ୍ପଲ

560

୧୬ ବର୍ଷୀୟ ଦିବ୍ୟାଙ୍ଗ ଯୋଗେଶ । ସ୍ୱପ୍ନ ଶିକ୍ଷକ ବନିବା, କିନ୍ତୁ ଜୀବନ ଘରର ଚାରିକାନ୍ଥ ମଧ୍ୟରେ ହିଁ ଆବଦ୍ଧ ରହିଗଲା । ଏଭଳି ପରିସ୍ଥିତିରେ ତାଙ୍କ ଛୋଟ ଭଉଣୀ ଡିମ୍ପଲ ଭାଇର ପୂରା ଦାୟିତ୍ୱ ସମ୍ଭାଳିଛି । ଭାଇର ସ୍ୱପ୍ନ ସାକାର ହେଉ, ଏଥିପାଇଁ ସେ ଯୋଗେଶକୁ ପ୍ରତିଦିନ ଟେକି ଟେକି ସ୍କୁଲ ନବା ଆଣିବା କରୁଛି । ଉଭୟ ଭାଇ-ଭଉଣୀ ଗାଁର ସରକାରୀ ସ୍କୁଲରେ ପାଠପଢନ୍ତି ।

ମଧ୍ୟପ୍ରଦେଶର ସାମ୍ବଲପୁରା ନାମକ ଏକ ଗାଁରେ ବାସକରୁଥିବା ଯୋଗେଶ ଶର୍ମା ପିଲାଟି ବେଳରୁ ହିଁ ଦିବ୍ୟାଙ୍ଗ । ଜନ୍ମରୁ ସେ ଗମ୍ଭୀର ରୋଗରେ ଶିକାର ଅଛନ୍ତି । ଏଥିପାଇଁ ତାଙ୍କର ବହୁ ଚିକିତ୍ସା କରାଗଲା, କିନ୍ତୁ ସେ ଚଲାବୁଲା କରିପାରିଲେ ନାହିଁ । ତାଙ୍କ ବାପା ଚା ଦୋକାନ କରି ପରିବାର ପୋଷନ୍ତି । ସେହିପରି ମାଆ ଜଣେ ଦିନ ମଜୁରିଆ । ତେବେ ପରିବାର ନିକଟରେ ରୋଜଗାର କରିବାର ଅନ୍ୟ କୌଣସି ଜରିଆ ନାହିଁ । ଏହା ସତ୍ୱେ ବି ଡିମ୍ପଲ ହାର ମାନି ନଥିଲା । ସେ ଏକ ପ୍ରକାରରେ ନିଷ୍ପତି ନେଇଛି କି, ସେ ନିଜେ ହିଁ ଭାଇର ପୂରା ଦାୟିତ୍ୱ ନେବ ଏବଂ ଭାଇର ଦୁର୍ବଳତାକୁ ତାର ସ୍ୱପ୍ନ ଉପରେ ପକାଇବାକୁ ଦେବନି ବୋଲିା

ପରିବାର ଲୋକଙ୍କ ମୁତାବକ, ଡିମ୍ପଲ ପ୍ରତିଦିନ ଯୋଗେଶକୁ ଟେକି ଟେକି ସ୍କୁଲ ନେଇ ଯାଏଁ, ତାର ଦେଖାଶୁଣା ମଧ୍ୟ ସେ ନିଜେ ହିଁ କରିଥାଏ । ସ୍କୁଲ ଯିବା ସମୟରେ ସେ ନିଜେ ହିଁ ଯୋଗେଶଙ୍କୁ ଟେକି ଟେକି ନିଏ ଆଉ ସ୍କୁଲ ଛୁଟି ହେବା ପରେ ଯୋଗେଶକୁ ଏକାକୀ ଟେକି ଟେକି ଘରକୁ ଆଣେ । ଡିମ୍ପଲ ବି ସେହି ସ୍କୁଲରେ ପାଠ ପଢେ , ଯେଉଁ ସ୍କୁଲରେ ଭାଇ ଯୋଗେଶ ପଢନ୍ତି । ଆପଣ ଜାଣି ଚକିତ ହେବେ କି ଯୋଗେଶ ଦଶମ ଶ୍ରେଣୀରେ ୬୭ ପ୍ରତିଶତ ମାର୍କ ହାସଲ କରିଛନ୍ତିା ପରୀକ୍ଷା ସମୟରେ ପରିବାରରେ ଜଣେ ସଂପର୍କୀୟଙ୍କର ମୃତ୍ୟୁ ହେବା କାରଣରୁ ତାଙ୍କର ପାଠପଢାକୁ ବନ୍ଦ କରାଯାଇଥିଲା ହେଲେ ତାଙ୍କର ସାହସ କେବେବି ହାର ମାନିନଥିଲା ।

ଯୋଗେଶ ତାଙ୍କର ଏହି ସଫଳତାର ପୂରା ଶ୍ରେୟ. ଭଉଣୀ ଡିମ୍ପଲକୁ ଦିଅନ୍ତି । କାରଣ ପେଟ ଜନିତ ସମସ୍ୟାରେ ଆକ୍ରାନ୍ତ ଥାଇ ବି ଡିମ୍ପଲ ଆଗେ ଭାଇର ଅପରେସନ କଥା କହିଥିଲେ । ଏହାପରେ ସେ ଠିକ୍ ହୋଇନଥିଲେ । ଯୋଗେଶ ଶିକ୍ଷକ ହେବାକୁ ଚାହାନ୍ତି । ଆଉ ତାଙ୍କର ଏହି ସ୍ୱପ୍ନକୁ ଡିମ୍ପଲ ସାକାର କରିବାକୁ ପୂରା ଜିଜାନ ଲଗାଇଦେଇଛନ୍ତି । ଡିମ୍ପଲ କୁହନ୍ତି କି, ମୋ ଭାଇର ସ୍ୱପ୍ନକୁ ମୁଁ ନିଶ୍ଚୟ ପୁରଣ କରିବି । ତେବେ ଯୋଗେଶଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସାଇକେଲ ମିଳିଛି ସତ କିନ୍ତୁ ଗାଁର ଖରାପ ରାସ୍ତା କାରଣରୁ ତାକୁ ଚଲାଇବା ଯୋଗେଶଙ୍କ ପାଇଁ ମୁସ୍କିଲ ହୋଇପଡିଛି ।