‘ହୋଣ୍ଡା’ର ହୋସ୍ ଉଡ଼ାଇଦେଲେ ଗ୍ରାହକ । ସ୍କୁଟି କିଣିଲେ ୮୩ ହଜାର ଟଙ୍କାର ଖୁଚୁରାଦେଲେ, ଗଣିଗଣି ଝାଳନାଳ ହୋଇଗଲେ କର୍ମଚାରୀ

8,311

କନକ ବ୍ୟୁରୋ: ଦୀପାବଳିରେ ଘରକୁ କିଛି ନୂଆ ଜିନିଷ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଥାଏ । କାରଣ ଏହି ପର୍ବକୁ କିଏ ଶୁଭ ମନେ କରି ଜିନିଷ କିଣେ ତ ଆଉ କିଏ ବିଭିନ୍ନ ଧମାକେଦାର ଅଫର ଦେଖି ଜିନିଷ କିଣିଥାଏ । ତେବେ ଏହାରି ମଧ୍ୟରେ କିଣାକିଣି ନେଇ ମଧ୍ୟପ୍ରଦେଶର ସତନା ଜିଲ୍ଲାର ଯୁବକ ରାକେଶ କୁମାର ଏବେ ଚର୍ଚ୍ଚାରେ ଅଛନ୍ତି । ଯାହାକି ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଛି ।
ସୂଚନା ମୁତାବକ ରାକେଶ କୁମାର ଏକ ହୋଣ୍ଡା ଆକ୍ଟିଭା କିଣିବା ପାଇଁ ନିକସ୍ଥ କୃଷ୍ଣା ହୋଣ୍ଡା ସୋ’ରୁମକୁ ଯାଇଥିଲେ । ଆଉ ସ୍କୁଟିର ମୁଲ୍ୟ ୮୩ ହଜାର ଟଙ୍କା ଥିବାବେଳେ ରାକେଶ ୮୩ ହଜାର ଟଙ୍କାର କଏନ ସୋ’ରୁମ ହାତରେ ଧରେଇଦେଲେ । ଯେଉଁଥିରେ ଥିଲା ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ । ବାସ୍ ଏହାପରେ କଏନ ଗଣି ଗଣି କଲବଲ ହୋଇଥିଲା କୃଷ୍ଣା ହୋଣ୍ଡା ସୋ’ରୁମ । ଏପରିକି ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଖୁଚୁରା ଗଣି ଗଣି ଝାଳନାଳ ହୋଇଥିଲେ ସୋ’ରୁମ୍ କର୍ମଚାରୀ ।

ଅନ୍ୟପଟେ ରାକେଶଙ୍କ ଏଭଳି ପେମେଣ୍ଟ ଶୈଳୀକୁ ଦେଖି ସେଠାରେ ଉପସ୍ଥିତ ଗ୍ରାହକମାନେ ହସି ହସି ବେଦମ୍ ହୋଇପଡ଼ିଲେ । କାରଣ ରାକେଶଙ୍କ ୮୩ ହଜାର ଟଙ୍କାର ଖୁଚୁରା ଗଣିବାରେ ଲାଗିପଡ଼ିଥି ସୋ’ରୁମର ୫ ଜଣରୁ ଉଦ୍ଧ୍ୱର୍ କର୍ମଚାରୀ । ଆଉ ଶେଷରେ କଏନ ଗଣିସାରିବା ପରେ ରାକେଶଙ୍କୁ ଫୁଲ ତୋଡ଼ା ଦେବା ସହ ଦୀପାବଳିର ଅଭିନନ୍ଦନ ଜଣାଇ ସ୍କୁଟି ଦେଇଥିଲେ ସେଲ୍ସ ମ୍ୟାନେଜର ।