ବନାରସ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଭିନବ କ୍ରିକେଟ ମ୍ୟାଚ । ସମସ୍ତ ଖେଳାଳି ଓ ଅମ୍ପାୟାର ପିନ୍ଧିଲେ ଧୋତିକୁର୍ତ୍ତା

ସଂସ୍କୃତରେ ଦିଆଗଲା ଧାରାବିବରଣୀ

53

କନକ ବ୍ୟୁରୋ: ବାରଣାସୀର ସଂପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଏକ ଅଭିନବ କ୍ରିକେଟ ମ୍ୟାଚ । ଆଉ ଏହି ମ୍ୟାଚରେ ପାରମ୍ପରିକ ଧୋତି-କୁର୍ତ୍ତା ପିନ୍ଧି କ୍ରିକେଟ ଖେଳିଥିଲେ ଖେଳାଳି । ଅମ୍ପାୟର ବି ଏହି ପାରମ୍ପରିକ ପୋଷାକ ପନ୍ଧିଥିଲେ ।


ସବୁଠାରୁ ବଡ କଥା ହେଲା, ୫ ମ୍ୟାଚ ବିଶିଷ୍ଟ ଟୁର୍ଣ୍ଣାମେଂଟରେ ସଂସ୍କୃତରେ ଦିଆଯାଇଥିଲା ଧାରାବିବରଣୀ । ଆଉ ଦର୍ଶକ ବି ଏହାକୁ ବେଶ ଉପଭୋଗ କରିଥିଲେ । ସଂସ୍କୃତର ଆଦର ଧୀରେ ଧୀରେ କମୁଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଏହି ନିଆରା ଉଦ୍ୟମକୁ ପ୍ରଂଶସା କରାଯାଇଛି ।