ଅଡୁଆରେ ରାକ୍ଷୀ ସାୱନ୍ତ ! ନୂଆ ଗିରଫ ୱାରେଂଟ୍ ଜାରି !

51

ଲୁଧିଆନା କୋର୍ଟ ବଲିଉଡର ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଏକ ନୂଆ ଗିରଫ ୱାରେଂଟ୍ ଜାରି କରିଛି । କୋର୍ଟ ସୂତ୍ରାନୁସାରେ ଗତ ତାରିଖରେ ସେ କୋର୍ଟରେ ହାଜର ନହେବା କାରଣରୁ ଏହି ୱାରେଂଟ୍ ଜାରି କରାଯାଇଛି । ପ୍ରକୃତରେ ରାକ୍ଷୀଙ୍କୁ ଗତ ୭ ଅଗଷ୍ଟରେ କୋର୍ଟରେ ଉପସ୍ଥିତ ପାଇଁ ତାରିଖ ଥିଲା । କିନ୍ତୁ ଏହି ତାରିଖରେ ସେ ପହଁଚିନଥିଲେ । ତାଙ୍କ ଓକିଲଙ୍କ ତରଫରୁ ସେ ଆମେରିକାରେ ଅଛନ୍ତି ବୋଲି ଦଲିଲ୍ ଦିଆଯାଇଥିଲା । ରାକ୍ଷୀଙ୍କ ଓକିଲ ତାଙ୍କ ବେଲ୍ ଅବଧି ବଢାଇବା ପାଇଁ ଦରଖାସ୍ତ କରିଥିଲେ । ଏହାକୁ ତଳ କୋର୍ଟ ଖାରଜ କରିଦେଇଥିଲେ । ରାକ୍ଷୀଙ୍କ ଓକିଲ ମଙ୍ଗଳବାର ଦିନ ବେଲ୍ ଅବଧି ବଢାଇବା ପାଇଁ ପିଟିସନ ସହ ଲୁଧିଆନାର ଜିଲ୍ଲା ଓ ସେସନ କୋର୍ଟରେ ପହଁଚିଥିଲେ ।

ଋଷି ବାଲ୍ମୀକିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ମାମଲାରେ ଛନ୍ଦି ହୋଇଥିବା ରାକ୍ଷୀ ସାୱନ୍ତଙ୍କ ବେଲ୍ ପିଟିସନକୁ ଟ୍ରାୟଲ କୋର୍ଟ ଗତ ମାସରେ ରଦ୍ଦ କରିଦେଇଥିଲେ ଏବଂ ନୂଆ ଗିରଫ ୱାରେଂଟ୍ ଜାରି କରାଯାଇଥିଲା । ତାଙ୍କୁ ବେଲ୍ ଦିଆଯାଇଥିଲା । କାରଣ ଶୁଣାଣୀର ଠିକ୍ ଗୋଟାଏ ଦିନ ପୂର୍ବରୁ ରାକ୍ଷୀ କୋର୍ଟ ପହଁଚି ନିଜର ସରେଣ୍ଡର କରିଥିଲେ । ଭିଡରେ କେହି ଯେମିତି ଚିହ୍ନି ନପାରିବେ , ଏଥିପାଇଁ ରାକ୍ଷୀ ବୁର୍କା ପିନ୍ଧି ଯାଇଥିଲେ । କିନ୍ତୁ କୋର୍ଟ ତାପର ଦିନ ବେଲକୁ ରଦ୍ଦ କରିଦେଇଥିଲେ । ପୁଣି ୭ ଅଗଷ୍ଟକୁ ଉପସ୍ଥିତ ହେବାକୁ କହିଥିଲେ ।

ରାକ୍ଷୀ ସାୱନ୍ତ ଏହି ଏହି ବିବାଦୀୟ ଟିପ୍ପଣୀକୁ ନେଇ ବାଲ୍ମୀକି କମ୍ୟୁନିଟିକୁ କ୍ଷମା ମାଗିସାରିଛନ୍ତି । କିଛି ଦିନ ପୂର୍ବରୁ ଏକ ଟିଭି ସୋ’ ରେ ଏହା କରିଥିଲେ । ଏହାପରେ ତାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଥିଲା ଏବଂ ୯ମାର୍ଚ୍ଚକୁ ଗିରଫ ୱାରେଂଟ୍ ଜାରି ହୋଇଥିଲା ।

କଣ କହିଥିଲେ ରାକ୍ଷୀ ସାୱନ୍ତ ?
ରାକ୍ଷୀ ସାୱନ୍ତ କହିଥିଲେ ମହର୍ଷି ବାଲ୍ମୀକି ପଥମେ ଦସ୍ୟୁ ଥିଲେ ଓ ପରେ ସନ୍ଥ ବନିଥିଲେ । ଏହିପରି ଗାୟକ ମିକା ସିଂହ ମଧ୍ୟ ବଦଳିଯାଇଛନ୍ତି । ଏବେ ଭଲ ହୋଇଯାଇଛନ୍ତି ।