ଗାଁକୁ ସଫା କରିବାର ଅଜବ ଇଚ୍ଛା । ଚାକିରି ଛାଡିଲେ, ଟାହିଟାପରାକୁ ଖାତିରି ନକରି ଗଳି ରୁ ଗଳି ବୁଲି ଆଣିଲେ ସ୍ୱଚ୍ଛତା ।

55

 ଛତିଶଗଡର ବିଳାସପୁର ସ୍ଥିତ ନଗର ପଞ୍ଚାୟତ ନିବାସୀ ସନ୍ଧ୍ୟା ବଗା କମର୍ସରେ ଗ୍ରାଜୁଏଟ ପାସ କରିଛନ୍ତି । କିନ୍ତୁ ସନ୍ଧ୍ୟା ଚାକିରି ନକରି ପରିବେଶକୁ କିଭଳି ଭାବରେ ସ୍ୱଚ୍ଛ ରଖିବେ ସେନେଇ ନିଜ କାମରେ ଜୁଟିଯାଇଛନ୍ତି । ସନ୍ଧ୍ୟା ଚାହିଁଥିଲେ ଭଲ ଚାକିରିଟିଏ କରିପାରିଥାନ୍ତେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରେରିତ ହୋଇ ସନ୍ଧ୍ୟା ସ୍ୱଚ୍ଛତା ଦୂତ ହେବା ପାଇଁ ପସନ୍ଦ କରିଥିଲେ ।

ସନ୍ଧ୍ୟାଙ୍କ ବୟସ ୨୪ ବର୍ଷ । ସେ କମର୍ସରେ ଗ୍ରାଜୁଏଟ କରିଛନ୍ତି । କିନ୍ତୁ ପିଏମ ମୋଦିଙ୍କ କଥାରେ ପ୍ରେରିତ ହୋଇ ଦେଶକୁ ଆବର୍ଜନା ମୁକ୍ତ କରିବା ପାଇଁ ସନ୍ଧ୍ୟା ଘରୁ ଘରୁ ଅଳିଆ ଆବର୍ଜନା ଉଠାଉଛନ୍ତି । ଏବେ ସେ ଗାଁକୁ ସ୍ୱଚ୍ଛ ରଖିବା ପାଇଁ ଦିନ ରାତି କାମ କରୁଛନ୍ତି । ସନ୍ଧ୍ୟା ଯେତେବେଳେ ପ୍ରଥମ ଥର ରିକ୍ସା ଚଲାଇବା ଆରମ୍ଭ କଲେ ସେତେବେଳେ ଗାଁ ଲୋକେ ତାଙ୍କର ଖୁବ ମଜାକ ଉଡାଇଥିଲେ । କିନ୍ତୁ ସନ୍ଧ୍ୟା ହାରିଯାଇନଥିଲେ । ସେ ରିକ୍ସା ଦ୍ୱାରା ଗାଁର ପ୍ରତ୍ୟକଟି ଗଳିକନ୍ଦିରୁ ଅଳିଆ ଉଠାଇ ଗାଁକୁ ସଫା କରୁଛନ୍ତି । ଏନେଇ ସ୍ୱୟଂ ସହାୟକ ତରଫରୁ ତାଙ୍କୁ ମାସକୁ ମାତ୍ର ୫ ହଜାର ଟଙ୍କା ମିଳେ ଯାହା ତାଙ୍କ ପରିଶ୍ରମ ଠାରୁ ଖୁମ କମ ।

ସନ୍ଧ୍ୟାଙ୍କ କହିବା ଅନୁସାରେ, ସେ ସମସ୍ତଙ୍କ ଠାରୁ କିଛି ଅଲଗା କରିବାକୁ ଚାହୁଁଥିଲେ । ତେଣୁ ସେ ଏହି ରାସ୍ତାରେ ଯିବାକୁ ପସନ୍ଦ କରିଥିଲେ । ପୂର୍ବରୁ ତାଙ୍କୁ ଅନେକ ପ୍ରାଇଭେଟ ଜବର ଅଫର ମଧ୍ୟ ମିଳିଥିଲା । କିନ୍ତୁ ଗାଁରେ ରହି କିଛି କରିବାର ଆଶା ତାଙ୍କୁ ଏହି ରାସ୍ତାରେ ନେଇଯାଇଥିଲା । ପ୍ରଥମେ ଯେତେବେଳେ ଏହି କାମ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ସମାଜ ଅନେକ କଟୁକଥା କହିଥିଲା । ଏତେ ପାଠ ପଢି ଏପରି କାମ କରୁଥିବାରୁ ପରିବାର ଲୋକ ମଧ୍ୟ ଅନେକ କଥା କହିଥିଲେ । ତଥାବି ସନ୍ଧ୍ୟା ତାଙ୍କର ମନବଳକୁ ଭାଙ୍ଗି ଦେଇନଥିଲେ । ସେ ତାଙ୍କ ଜିଦରେ ଅଟଳ ରହି ନିଜ କାର୍ଯ୍ୟରେ ଜୁଟିଯାଇଥିଲେ । କିଛି ଦିନ ଯିବା ପରେ ଗାଁର ଲୋକମାନେ ମଧ୍ୟ ଧିରେ ଧିରେ ସନ୍ଧ୍ୟାଙ୍କ ସାଥ୍ ଦେବାକୁ ଲାଗିଲେ । ଗାଁ ଲୋକଙ୍କ ସହଯୋଗ ମିଳିବାରୁ ସନ୍ଧ୍ୟାଙ୍କ ଇଚ୍ଛା ଶକ୍ତି ଆହୁରି ମଜଭୁତ ହୋଇଯାଇଥିଲା । ଏବେ ସନ୍ଧ୍ୟା ପ୍ରାୟ ୬ ମାସ ହେଲାଣି ଏହି କାମ କରିଆସୁଛନ୍ତି । ଆବର୍ଜନା ସଫା କରିବା ଏକ ପୂଣ୍ୟ କାମ ହୋଇଥିବାରୁ ସେ ସର୍ବଦା ଏହି କାମ କରୁଥିବେ ବୋଲି ସନ୍ଧ୍ୟା ତାଙ୍କ ମତ ପ୍ରକାଶ କରିଛନ୍ତି ।